fbpx

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ : ଦିନକରେ ୧୬ ପଜିଟିଭ

ସୁନ୍ଦରଗଡ଼ : ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ । ସୁନ୍ଦରଗଡ଼ରେ ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗୁଛି । ୧୧୪ଟି ନମୁନାରୁ ୧୬ ଜଣ ଆକ୍ରଅନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ରେ ପହଞ୍ଚଲାଣି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧରକାରୀ ସୂଚନା ଦେଇଛନ୍ତି । ଏଭଳି ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଭୟଭୀତ ହୋଇଯାଇଛନ୍ତି । ଅନ୍ୟପଟେ ସରକାରଙ୍କ ତରଫରୁ କୀଟନାଶକ ଔଷଧ ସିଞ୍ଚନ ଚାଲିଛି । ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ।

ତେବେ ସୂଚନାଯୋଗ୍ୟ ଯେ, ଏହି ରୋଗ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ଯଦି ଗୁରୁତର ହୋଇଥାନ୍ତି, ତେବେ ଦେହରେ ସେପ୍ଟି ସେମିଆ ଓ ନିମୋନିଆ ଭଳି ରୋଗ ଦେଖାଦେଇଥାଏ ।

Get real time updates directly on you device, subscribe now.