fbpx

ଜଣଙ୍କ ପରେ ଜଣଙ୍କର ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍, ବରଗଡ଼ ଜିଲ୍ଲାରେ ଲୋକ ଛାନିଆ 

ଡରାଇଲାଣି ସ୍କ୍ରବ୍ ଟାଇଫସ୍ । ସ୍କ୍ରବ୍ ଟାଇଫସ୍ ନା ଶୁଣିବା ମାତ୍ରକେ ଛାନିଆ ହେଲେଣି ଲୋକେ । ଡେଙ୍ଗୁ ଭୟ ନଥମୁଣୁ ପୁଣି ଆସି ପହଁଚି ସାରିଛି ସ୍କ୍ରବ୍ ଟାଇଫସ୍ । ଯାହା ଏବେ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି । ଧିରେ ଧିରେ ସ୍କ୍ରବ୍ ଟାଇଫସ୍ ବରଗଡ଼ ଜିଲ୍ଲାରେ ନିଜର କାୟା ବିସ୍ତାର କରିବା ପାଇଁ ପ୍ରସ୍ତୁତି ଚଳାଇଲାଣି ।

 

ଏବେ ସୁଦ୍ଧା ଜିଲ୍ଲାରେ ୨୦ ଜଣରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ, ଘରୋଇ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି । ଏପଟେ କୃଷି ବିଭାଗ ସହିତ ସମନ୍ୱୟ ରଖି ସଚେତନତା ସୃଷ୍ଟି ସହ ସ୍କ୍ରବ୍ ଟାଇଫସ୍ ସହିତ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବରଗଡ଼ ସିଡିଏମଓ ।

 

ଚାଷ ଓ ଚାଷୀଙ୍କ ଜିଲ୍ଲା ଭାବେ ପରିଚିତ ବରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ଏବେ ଘାରିଛି ସ୍କ୍ରବ୍ ଟାଇଫସ୍ ଚିନ୍ତା । କିଛି ଦିନ ଭିତରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ଘରୋଇ ହସ୍ପିଟାଲକୁ ଆସି ଚିକିତ୍ସିତ ହେଉଛନ୍ତି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ।

 

ଦେଖନ୍ତୁ ଏ ହେଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବଗର୍ତ୍ତିପାଲି ଗାଁର ୨୩ ବର୍ଷିୟ ଯୁବକ ଦୁର୍ଗା ବଗର୍ତ୍ତି । ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ଏକ କୀଟ କାମୁଡିଥିଲା । ପ୍ରଥମେ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେଫର ପରେ ବୁର୍ଲା ବଡ ମେଡିକାଲ ଆଉ ସେଠାରୁ ଏକ ଘରୋଇ ହସ୍ପିଟାଲ ବୁଲି ବୁଲି ଶେଷରେ ଜୀବନ ହାରିଲେ । ଆଉ ଇଏ ହେଉଛନ୍ତି ଅମ୍ବାଭୋନା ବ୍ଲକ ବୁଙ୍ଗାପାଲି ଗ୍ରାମର ସରୋଜ କୁମାର ସାହୁ । ଯିଏ କି ଛୋଟ ସମୟରୁ ମାଆ, ବାପାଙ୍କୁ ହରାଇ ସଂଘର୍ଷମୟ ଜୀବନ ଭିତରେ ଗାଁର ସମସ୍ତଙ୍କୁ ନିଜର କରିଥିଲେ ।

 

ଗାଁର ସାମୁହିକ କାର୍ଯ୍ୟ ସହ ମେଳାପୀ ଓ ସଂର୍କିତନ ବାହାକ ଭାବେ ପରିଚିତ ଥିଲେ । ସେ ମଧ୍ୟ ଚାଷ କାର୍ଯ୍ୟ କରୁଥିବା ସମୟରେ ସ୍କ୍ରବ୍ ଟାଇଫସ୍ ର ଶୀକାର ହୋଇ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ଏ ଜଣେ କି ଦୁଇ ଜଣ ନୁହଁନ୍ତି ଜିଲ୍ଲାର ୪ ଜଣ ସ୍କ୍ରବ୍ ଟାଇଫସ୍ ରେ ଜୀବନ ଯୁଦ୍ଧରେ ହାରିଯାଇଥିବା ବେସରକାରୀ ସ୍ତରରୁ ସୂଚନା ମିଳିଥିବାବେଳେ ସରକାରୀ ଭାବେ ୩ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି । ତେବେ ଅନେକ ବ୍ୟକ୍ତି ବିଶେଷ ଆକ୍ରାନ୍ତ ହୋଇଥିବାବେଳେ, କୃଷି ବିଭାଗ ଏବଂ ଡାକ୍ତରୀ ଦଳ ଠିକ୍ ସମୟରେ ସଚେତନତା ସୃଷ୍ଟି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ନେତା ।

 

ସରକାରୀ ହିସାବରେ ବରଗଡ଼ ଜିଲ୍ଲାରେ ୪୧୭ ଜଣଙ୍କ ଷ୍ଟେଟ ହୋଇଥିବା ବେଳେ ୩୭ ଜଣ ପଜିଟିଭ୍ ବାହାରିଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କୃଷି ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସଚେତନତା ସୃଷ୍ଟି କରାଯିବ ବୋଲି ସିଡିଏମଓ ନିରୁପମା ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପଟେ ଘରୋଇ ହସ୍ପିଟାଲ ମାନଙ୍କରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢୁଛି ।

Get real time updates directly on you device, subscribe now.