fbpx

ScrubTyphus: ଦିନକରେ ପୁଣି ୨୫ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ପୁଣି ୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୮ଟି ନମୁନା ମଧ୍ୟରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ସୂଚନା ଅନୁଯାୟୀ, ଏହି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆକ୍ରନ୍ତଙ୍କ ସଂଖ୍ୟା ଗତକାଲି ୩୩୦ରେ ପହଁଚିଥିଲା । ଆଜି ଆଉ ୨୫ ଜଣ ରୋଗୀ ଚିହ୍ନଟ ପରେ ରୋଗୀଙ୍କ ସଂଖ୍ୟା ୩୫୫ରେ ପହଁଚିଛି । ଏହି ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଭୟଭୀତ ହୋଇ ଦିନ କାଟୁଛନ୍ତି । ଏହା ପୂର୍ବରୁ ୪ ଅକ୍ଟୋବର ଦିନ ୨୦ ଜଣ ରୋଗୀ ସଂକ୍ରମିତ ହେଇଥିଲେ । ସରକାରଙ୍କ ତରଫରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି।

ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ଯଦି ଗୁରୁତର ହୋଇଥାନ୍ତି, ତେବେ ଦେହରେ ସେପ୍ଟି ସେମିଆ ଓ ନିମୋନିଆ ଭଳି ରୋଗ ଦେଖାଦେଇଥାଏ ।

Get real time updates directly on you device, subscribe now.