fbpx

ଆନନ୍ଦ ମହିନ୍ଦ୍ରାଙ୍କ ଟିମ ଇଣ୍ଡିଆ ଜର୍ସିରେ କାହିଁକି ଲେଖା ହୋଇଛି ୫୫, ପ୍ରଶ୍ନ ପଚାରିବାରୁ ମିଳିଲା ଏହି ଉତ୍ତର

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାର ପର୍ସନ ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସେସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାନ୍ତି । ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ମଧ୍ୟ କରନ୍ତି । କିଛି ପୋଷ୍ଟ ସେ ଲୋକମାନଙ୍କୁ ମୋଟିଭେଟ କରିବାକୁ କରିଥାନ୍ତି, ଆଉକିଛି ପୋଷ୍ଟ ଦେଶ ସହିତ ଜଡିତ ହୋଇ ଥାଏ । ତାଙ୍କୁ ଯେଉଁ ଜିନିଷ ଭଲ ଲାଗିଥାଏ ସେ ତାହାକୁ ଲୋକମାନଙ୍କ ସହିତ ସେୟାର କରନ୍ତି । ଠିକ ସେହିପରି ୫ ଅକ୍ଟୋବରରେ ସେ ଟିମ ଇଣ୍ଡିଆର ଜର୍ସିର ଫଟୋ ସେୟାର କରିଥିଲେ ।

ଯେଉଁଥିରେ ତାଙ୍କ ନା’ ଲେଖା ହୋଇଥିଲା । ଏହି ଫଟୋ ଖୁବ ଭାଇରାଲ ହୋଇଥିଲା । ଅନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ନାମ ଲେଖା ହୋଇଥିବା ଜର୍ସି ସେୟାର କରିଥିଲେ । ଯେଉଁଥିରେ କ୍ୟାପସନରେ ସେ ଲେଖିଥିଲେ “ମେ ତେୟାର ହୁଁ’ । କିନ୍ତୁ ୫୫ ନମ୍ବର ଦେଖିବା ପରେ ଲୋକମାନଙ୍କ ମନରେ ଏକ ପ୍ରଶ୍ନ ଉଠିଥିଲା । କ’ଣ ପାଇଁ ୫୫ ନମ୍ବର ଲେଖା ହୋଇଛି । ଏହା ପରେ ଲୋକମାନେ କମେଣ୍ଟରେ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ କିମ୍ବା ଦୁଇଜଣ ନୁହେଁ ଅନେକ ଲୋକ ପଚାରିଥିଲେ ।

ଏହା ପରେ ଆନନ୍ଦ ମହିନ୍ଦ୍ରା ଉତ୍ତରରେ ଲେଖିଥିଲେ ‘I’m curious to see who can figure that out’ । ଏହା ପଛରେ କ’ଣ କାରଣ ତାହା ଜଣା ପଡିଲା ନାହିଁ । କିନ୍ତୁ ଲୋକମାନେ କମେଣ୍ଟରେ ଅନେକ କଥା ଲେଖିଲେ । ଜଣେ କହିଲେ ଆପଣଙ୍କ ଜନ୍ମ ୧୯୫୫ ହୋଇଥିବାରୁ ଆପଣ ୫୫ ନମ୍ବର ଲେଖିଛନ୍ତି । କେହି କହିଲେ ଆପଣଙ୍କର ୫୫ ନମ୍ବର ପସନ୍ଦ ଥିବାରୁ ଆପଣ ଏହା ଲେଖିଛନ୍ତି । ତେବେ ଆପଣ କ’ଣ ଭାବୁଛନ୍ତି ଆନନ୍ଦ ମହିନ୍ଦ୍ରା କାହିଁକି ୫୫ ନମ୍ବର ଲେଖିଲେ ।

Get real time updates directly on you device, subscribe now.