fbpx

SDMଙ୍କ ମୃତ୍ୟୁ: ନିର୍ବାଚନ ଡ୍ୟୁଟି ସମୟରେ ଘଟିଲା ବଡ଼ ଅଘଟଣ

Advertisement

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କାହା ପାଖକୁ ଆସିବ ତାହା କେହି ବି କହିପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ସାରା ଦେଶରେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଭୋଟ ପାଇଁ ପ୍ରସ୍ତୁତ ଚାଲିଛି । ତେବେ ନିର୍ବାଚନ ଡ୍ୟୁଟି ସମୟରେ ଜଣେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଡ୍ୟୁଟି ସମୟରେ ଜଣେ ନିର୍ବାଚନ ଅଧିକାରୀ ପ୍ରାଣ ହରାଇବା ଖବରକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଆଜିଠାରୁ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମ୍ୟୁନିସିପାଲିଟି ନିର୍ବାଚନ ଆରମ୍ଭ ହେଉଛି । ଏହାପରେ ଆସନ୍ତା ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ତେବେ ଏହି ଅବସରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମୈନପୁରୀରେ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସବ୍ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଏମ) ବୀରେନ୍ଦ୍ର କୁମାର ମିତ୍ତଲଙ୍କର ମୃତ୍ୟୁ ଘଟିଛି । ବୀରେନ୍ଦ୍ର ହାର୍ଟ ଆଟାକ୍ କାରଣରୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏନେଇ ତାଙ୍କର ପରିବାରବର୍ଗଙ୍କୁ ସୂଚିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମ୍ୟୁସିନପାଲ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ଜନତାଙ୍କୁ ଭୋଟ ପାଇଁ ଅପିଲ କରିଥିବା ବେଳେ ସେ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତେବେ ଭୋଟର ଲିଷ୍ଟରେ ନିଜର ନାମ ନଥିବାରୁ ଅନେକ ମତଦାତା ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩୭ଟି ଜିଲ୍ଲାରେ ୭,୫୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେମାନଙ୍କ ମଧ୍ୟରେ ୧୦ ଜଣ ମେୟର ଓ ୮୨୦ ଜଣ କର୍ପୋରେଟର ରହିଛନ୍ତି ।

Get real time updates directly on you device, subscribe now.