fbpx

ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନାେ କେହି ସରକାରୀ ବା ବେସରକାରୀ କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ପଡ଼ିଛନ୍ତି ହିନ୍ଦୋଳ ଏସଡିପିଓ ।

୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସଡିପିଓ ମଳୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । କାରନ୍ଦା ଛକରେ ଲାଞ୍ଚ ନେଉଥିବା ତାଙ୍କୁ କଟକ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । ଜଣେ ପଥର ଖଣି ଲିଜଧାରୀଙ୍କଠାରୁ ଲାଞ୍ଚ ନେଉଥିବା ସେ ଧରାପଡିଛନ୍ତି । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ।

ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କାମାକ୍ଷାନଗରର ଜଣେ କନିଷ୍ଠ କିରାଣି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଇଓ ଅଫିସର କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀଙ୍କୁ ଧରିଥିଲା ଭିଜିଲାନ୍ସ । ସ୍କୁଲ ଏରିଅର ବିଲ୍ କରାଇ ଦେବାକୁ କହି ପ୍ରଧାନଶିକ୍ଷକଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ଏହା ସହ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ପିଆଇଏ ପ୍ରୋଜେକ୍ଟ ଆସୋସିଏଟ । ପ୍ରୋଜେକ୍ଟ ଆସୋସିଏଟ ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଧରିଥିଲା ଭିଜିଲାନ୍ସ । ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ସେ ଧରାପଡ଼ିଥିଲେ ।

Get real time updates directly on you device, subscribe now.