fbpx

ପାହାଡ ଉପରୁ ମିଲିଲା ‘ସାମୁଦ୍ରିକ ରାକ୍ଷସ’ ଅସ୍ତି; ବଡ ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଦୁନିଆ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଫଳରେ ସେମାନେ ଦୁନିଆକୁ କିଛି ନା କିଛି ନୂଆ ତଥ୍ୟ ଦିଅନ୍ତି । ତେବେ ଏହାରି ମଧ୍ୟରେ ନିକଟରେ ସ୍ପେନରେ ଏକ ବିଶାଳକାୟ କଇଁଛର ଜିବାଶ୍ମ ବା ଅସ୍ତି ମିଳିଛି । ତେବେ ଏହାକୁ ନେଇ ପୂର୍ବରୁ ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି । ତେବେ ଏହି କଇଁଛକୁ କେବଳ ଆମେରିକାର ସାମୁଦ୍ରିକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏଠାରେ ଘଟଣା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଏହି କଇଁଛ ଆମେରିକା ବଦଳରେ ୟିରୋପର ଏକ ପାହାଡରୁ ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ବୈଜ୍ଞାନିକମାନଙ୍କ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଏହି ବିଶାକାଳ କଇଁଛର ଅସ୍ତି ୨୦୧୬ ମସହିହାରେ ସ୍ପେନର ପିରାନି ପାହାଡ ଉପରେ ଜଣେ ପର୍ବତାରୋହିଙ୍କୁ ମିଳିଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ଏହି କଇଁଛ ବିଷୟରେ ଜାଣିବା ପାଇଁ ସହିଦିନରୁ ରିସର୍ଚ୍ଚ କରୁଥିଲେ । ତେବେ ମିଳିଥିବା ବିଶାଳକାୟ କଛିଁମର ଏହି ପ୍ରଜାତିକୁ Leviathanochelys aenigmatica ବା ‘ସାମୁଦ୍ରକିକ ରାକ୍ଷସ’ ବୋଲି କୁହାଯାଏ । ଯହାକି ଏକ ବରଳ ପ୍ରଜାତି ଅଟେ ।

ତେବେ ମିଳିଥିବା ଏହି କଇଁଛର ଅସ୍ତିରୁ ଜଣା ପଡିଛି ଯେ ଏହି କଇଁଛ ର ଉଚ୍ଚତା ୩.୭ ମିଟର ଅର୍ଥାତ ୧୨ ଫୁଟ୍ । ଯାହାକି ଏକ ସୋଡେନ କାର ସହ ସମାନ । ଏଥିସହିତ ଏହି କଇଁଛର ଓଜନ ୩୦୦ ରୁ ୫୦୦ କିଲୋଗ୍ରାମ ହେବ ବୋଲି ଜଣା ପଡିଛି । ତେବେ ରିସର୍ଚ୍ଚରୁ ଏହା ମଧ୍ୟ ଜଣା ପଡିଛି ଏହି କଇଁଛର ଅସ୍ତିରେ ଏପରି କିଛି ଜିନିଷ ମିଳିଛି ଯାହାକି ଏପର୍ଯ୍ୟନ୍ତ ପରିକ୍ଷା ହୋଇଥିବା ସମସ୍ତ କଇଁଛଙ୍କ ଅସ୍ତି ଠାରୁ ଭିନ୍ନ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏପରି କଇଁଛ ୭ କୋଟି ବର୍ଷ ପୂର୍ବେ ଦେଖିବାକୁ ମିଳୁଥିଲା । ଯାହାଙ୍କ ନାମ ହେଉଛି ଆର୍ଚଲୋନ ।

Get real time updates directly on you device, subscribe now.