fbpx

(Video) ସିଲ୍ ଦେଉଛି ଫଟୋ ପାଇଁ ପୋଜ୍: ମଜାଦାର ଅନ୍ଦାଜ ଦେଖିଲେ ଆପଣ ବି ହସି ହସି ଗଡ଼ିବେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭାଇରାଲ ହୋଇଥାଏ । ଭାଇରାଲ ଭିଡିଓରେ ଅନେକ ସମୟରେ ପଶୁପକ୍ଷୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ଏକ ସିଲ୍ ମଣିଷଙ୍କ ସହ ଫଟୋ ଉଠାଉଛି । ତାହାବି ପୁଣି ଭିନ୍ନ ଭିନ୍ନ ପୋଜ୍ ରେ । ଆଉ ସିଲ୍ ର ମଜାଦାର ଅନ୍ଦାଜ ଦେଖିଲେ ଆପଣ ବି ନିଶ୍ଚୟ ହସି ହସି ଗଡ଼ିଯିବେ ।

ଭିଡିଓରେ ଦେଖାଯାଉଛି ଯେ ଏକ ପରିବାର ଥିମ ପାର୍କକୁ ବୁଲିବାକୁ ଆସିଛନ୍ତି । ଯେଉଁଠାରେ ଦମ୍ପତ୍ତି ସିଲ୍ ସହ ଫଟୋ ଉଠାଇବାକୁ ଆସିଛନ୍ତି । ଆଉ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ସିଲ୍ ମଧ୍ୟ ଫଟୋ ପାଇଁ ପୋଜ୍ ଦେବାକୁ ପୁରା ତୟାର । ଦେଖୁନାହାଁନ୍ତି କିଭଳି ଭାବରେ ସେ ପୋଜ୍ ଦେଉଛି । ସତରେ ଆପଣ ସିଲ୍ ର ଏହି ମଜାଦାର ଅନ୍ଦାଜକୁ ଦେଖିଲେ ନିଶ୍ଚୟ ହସିବାକୁ ବାଧ୍ୟ ହେବେ ।

ତେବେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ କ୍ୟୁଟ୍ ବୋଲି କହୁଥିବା ବେଳେ କିଛି ୟୁଜର୍ସ ଏହା ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.