କଟକ: ଗାଧୋଉଥିବା ବେଳେ ମହାନଦୀରେ ଭାସିଗଲେ ନାବାଳିକା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁରେ।
ଅନେକ ସାନୟରେ ଆମେ ଦେଖିଛେ ନଦୀରେ ଗାଧେଇବା ସାନୟରେ ଗୋଡ ଖସିବା କାରଣରୁ ହେଉ କିମ୍ବା ଅନ୍ୟ କାରଣ ପାଇଁ ଅନେକ ଲୋକଙ୍କର ଜୀବନ ଯାଇଥାଏ। ସାବଧାନତାର ସହ ନ ଗାଧୋଇଲେ ଏହିପରି ଦୁର୍ଘଟଣା ଘଟିଥାଏ।
ଏଇ ଯେମିତି ଆଜିର ଘଟଣା, ବଡବାପା ସହ 4 ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିଲେ। ଏକାଠି ଗାଧୋଇବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବଡ ବାପା 3ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଭାସିଯାଇଥିଲେ।
ନିଖୋଜ ନାବାଳିକାକୁ ଅଗ୍ନିଶମ ବାହିନୀ ଖୋଜୁଥିବାବେଳେ ଉଦ୍ଧାର ହୋଇଥିବା 3ଜଣଙ୍କୁ ବାଙ୍କୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।