fbpx

ବିମାନରେ ଗୋଟିଏ PNRରେ ପିଲାଙ୍କ ପାଇଁ ସଂରକ୍ଷିତ ରହିବ ସିଟ୍‌, ବିମାନ କମ୍ପାନୀଙ୍କ ପାଇଁ ନିର୍ଦ୍ଦେଶ ଜାରି କଲା DGCA

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ପରିବାର ସହ ବିମାନ ଯାତ୍ରା କୁରୁଥିଲେ ୧୨ ବର୍ଷରୁ କମ୍ ପିଲାଙ୍କୁ ସେମାନଙ୍କ ମାତା ପିତାଙ୍କ ପାଖରେ ଏକ ସିଟ୍ ସୁନିଶ୍ଚିତ କରିବା ନେଇ DGCA ପକ୍ଷରୁ ମଙ୍ଗଳବାର ଏକ ବିବୃତ୍ତି ପ୍ରକାଶ ପାଇଛି । ତେବେ ବିମାନ ଯାତ୍ରା ସମୟରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି DGCA ଏଭଳି ନିଷ୍ପତ୍ତି ନେଇଛି । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

DGCA ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଏୟାରଲାଇନ୍ସକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ୧୨ ବର୍ଷରୁ କମ୍ ପିଲାମାନଙ୍କୁ ସେମାନଙ୍କ ମାତା ପିତା/ ଅଭିଭାବକଙ୍କ ସହିତ ସମାନ PNRରେ ସିଟ୍ ଦିଆଯାଇଛି ଏବଂ ଏହାର ରେକର୍ଡ଼ ରଖାଯିବ । ଜଣେ ପିଲାକୁ ତା’ର ମାତା ପିତା ସହ ବସିବାକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ପରେ DGCA ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ DGCA ପକ୍ଷରୁ ଏୟାରଲାଇନ୍ସକୁ ଜିରୋ ବ୍ୟାଗେଜ୍‌, ନିଜ ପସନ୍ଦର ସିଟ୍‌, ମିଲ୍‌, ଡ୍ରିଙ୍କ୍ ଏବଂ ବାଦ୍ୟଯନ୍ତ୍ର ନେବା ପାଇଁ ଅନୁମତି ରହିଛି । ଚଳିତ ବର୍ଷ ଏୟାର ଟ୍ରାନ୍ସପୋର୍ଟ ସର୍କୁଲାରରେ ଏହି ପରିବର୍ତ୍ତନ କରାଯାଇଥିଲା ।

 

 

Get real time updates directly on you device, subscribe now.