fbpx

ମଣିଷକୁ ମିଳିଲା ବଡ଼ ଶିକ୍ଷା: ପ୍ରକୃତି ସହ ପର୍ଯ୍ୟାପ୍ତ ସମୟ ବିତାଇଲେ ହାର୍ଟଆଟାକ, ମଧୁମେହ ରୋଗ ହ୍ରାସ ପାଇବ- ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷକୁ ପ୍ରକୃତି ଜନ୍ମ ଦେଇଛି । ମାତ୍ର ଆଜି ମଣିଷ ଆଧୁନିକତାର ଦ୍ୱାହି ଦେଇ ଏତେ ଆଗକୁ ମାଡ଼ିଗଲାଣି ଯେ ବେଳକୁ ବେଳ ଏହି ବିକାଶ ଏବେ ଆମର ବିନାଶର କାରଣ ସାଜିଲାଣି । ମଣିଷ ବିଜ୍ଞାନ ଦିଗରେ ଯେତେ ଅଗ୍ରଗତି କରୁଛି ପ୍ରକୃତିକୁ ସେତିକି ନଷ୍ଟ କରିଚାଲିଛି । ସେଥିପାଇଁ ମଣିଷ ବହୁ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛି । ତେଣୁ ମଣିଷ ଯଦି ପ୍ରକୃତିର ନିୟମ ଅନୁସାରେ ଚାଲିବ ତେବେ ସେ ନିଶ୍ଚିତ ଭାବେ ଦୀର୍ଘବର୍ଷ ସୁସ୍ଥରେ କାଳାତିପାତ କରିପାରିବ ବୋଲି ବହୁ ପରିବେଶବିତ୍, ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଥାନ୍ତି ।

ତେବେ ଏହା ମଧ୍ୟରେ ମଣିଷକୁ ସଂକ୍ରମିତ କରାଉଥିବା କିଛି ରୋଗକୁ ଆସିଛି ଏକ ଆଶ୍ୱସ୍ତିକରଣ ରିସର୍ଚ୍ଚ ରିପୋର୍ଟ । ମଣିଷ ପ୍ରକୃତି ସହ ସମୟ ବିତାଇଲେ ତା’ର ରୋଗ କମିବ । ଏପରି କରିବା ଦ୍ୱାରା ମଣିଷର ହାର୍ଟ ଆଟାକ ଓ ମଧୁମେହ ରୋଗର ହାର ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଆମେରିକାର କର୍ଣ୍ଣେଲ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରକୃତିକୁ ନେଇ ଏହି ରିସର୍ଚ୍ଚ କରିଥିଲେ ।

ଅଧ୍ୟୟନରୁ ଜଣାପଡ଼ିଛି, ପ୍ରକୃତି ସଂସ୍ପର୍ଶରେ ଆସିବା ଫଳରେ ୩ ପ୍ରକାରର ଅଲଗା ଅଲଗା ସାଙ୍କେତିକ ଲାଭ ମିଳିଥାଏ । ସେଗୁଡ଼ିକ ହେଉଛି ଇଣ୍ଟରଲ୍ୟୁକିନ-୬ (ଆଇଏଲ-୬), ସି- ରିଏକ୍ଟିଭ ପ୍ରୋଟିନ ଓ ସାଇଟୋକିନ୍ସ । ପ୍ରକୃତି ସମ୍ପର୍କରେ ରହିଲେ ହୃଦରୋଗ ଓ ମଧୁମେହ ପରି ପୁରୁଣା ପ୍ରଦାହଜନିତ ବୀମାରୀକୁ କିପରି ରୋକାଯାଇ ପାରିବ ସେନେଇ ରିପୋର୍ଟରେ କୁହାଯାଇଛି । ଏହି ଅଧ୍ୟୟନରେ ୧,୨୪୪ ଜଣ ପ୍ରତିଯୋଗୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କର ଶରୀରିକ ସ୍ୱାସ୍ଥ୍ୟର ମୂଲ୍ୟାଙ୍କନ କରାଯିବା ସହିତ ଶାରୀରିକ ପରୀକ୍ଷଣ, ୟୁରିନ ଓ ରକ୍ତ ନମୂନାରୁ ବ୍ୟାପକ ଜୈବିକ ମୂଲ୍ୟାଙ୍କନ କରାଯାଇଥିଲା ।

ଲୋକମାନେ ବାହାରେ କେତେ ସମୟ ବିତାଉଛନ୍ତି ତାହା ଯଥେଷ୍ଟ ନୁହେଁ । ସେମାନେ କେତେ ଗୁଣବତ୍ତା ବିଶିଷ୍ଟ ସମୟ ପ୍ରକୃତି ସହ ବିତାଉଛନ୍ତି ତାହା ହିଁ ମୁଁ ପ୍ରସଙ୍ଗ । ପ୍ରକୃତି ସହ ସକାରାତ୍ମକ ଭାବେ ଜଡ଼ିତ ରହିବା ସୂଜନ ସ୍ତରର ହ୍ରାସ ଉପରେ ପ୍ରଭାବ ପକାଉଥିବା ଜଣାପଡ଼ିଥିଲା । ମଣିଷ ଯେତେ ଉନ୍ନତି କଲେ ମଧ୍ୟ ପ୍ରକୃତି ସହ ସମୟ ବିତାଇବା ଯେ ନିହାତି ଜରୁରୀ ତାହା ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.