fbpx

ଅନୀଲ ଅମ୍ବାନୀଙ୍କ ଉପରେ ସେବିର ଆକ୍ସନ, ୨୫ କୋଟି ଟଙ୍କାର ଲାଗିଲା ଜରିମାନା, ୫ ବର୍ଷ ପାଇଁ ବଜାରରୁ ହେଲେ ବ୍ୟାନ

ନୂଆଦିଲ୍ଲୀ: ବଜାର ନିୟାମକ ସେବି ବିଜନେସମ୍ୟାନ ଅନୀଲ ଅମ୍ବାନୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ନିୟାମକ ତାଙ୍କୁ ସିକ୍ୟୁରିଟୀ ମାର୍କେଟରୁ ୫ ବର୍ଷ ପାଇଁ ବାତିଲ କରିଛି। ଏଥିସହ ସେବି ଅନୀଲ ଅମ୍ବାନୀଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି। କମ୍ପାନୀ ରିଲାଏନ୍ସ ହୋମ ଫାଇନାନ୍ସକୁ ସିକ୍ୟୁରିଟୀ ମାର୍କେଟରୁ ୬ ମାସ ପାଇଁ ବାରଣ କରାଯାଇଛି। ଏଥିସହ କମ୍ପାନୀ ଉପରେ ୬ ଲକ୍ଷ ଟଙ୍କାର ଜରିମାନା ଲାଗିଛି।

ସେବି ଏହାର ୨୨୨ ପୃଷ୍ଠାର ଶେଷରେ କହିଛି ଯେ, ଅନୀଲ ଅମ୍ବାନୀ ରିଲାଏନ୍ସ ହୋମ ଫାଇନାନ୍ସର ପରିଚାଳନାଗତ ପଦବୀରେ ପୋଷ୍ଟ ହୋଇଥିବା ଲୋକଙ୍କ ସାହାଯ୍ୟ ନେଇ ଜାଲିଆତି କରିଛନ୍ତି। ଏପରି ଭାବେ ସେହି ଲୋକମାନେ ମିଶି ରିଲାଏନ୍ସ ହୋମ ଫାଇନାନ୍ସର ଟଙ୍କାକୁ ଏପଟ ସେପଟ କରିଛନ୍ତି। ସେମାନଙ୍କ ସହ ସଡିତ ସଂସ୍ଥାକୁ ଋଣ ନାମରେ ଏହି ଟଙ୍କା ଏଠାରେ ସେଠାରେ ବିଭକ୍ତ କରାଯାଇଥିଲା। ସେବି ଅନୁଯାୟୀ, କମ୍ପାନୀର ବୋର୍ଡ ସେହି ଗତିବିଧିମାନ ଉପରେ କଡା ଆପତ୍ତି ମଧ୍ୟ ଜାରି କରିଛି, ହେଲେ ପ୍ରବନ୍ଧନ ତାକୁ ଇଗ୍ନୋର କରିଛି। ନିୟାମକ ଏହି କମ୍ପାନୀ ସଞ୍ଚାଳନରେ ଗଡବଡ ହୋଇଛି ବୋଲି କହିଛି।

ସେବି ଅନୀଲ ଅମ୍ବାନୀଙ୍କ ବ୍ୟତୀତ ଯେଉଁ ଲୋକଙ୍କ ଉପରେ ଜରିମାନା ପ୍ରତିବନ୍ଧର ନିର୍ଦ୍ଦେଶ ଜାରି କରିଛି ଯେ, ସେଥିରୁ ରିଲାଏନ୍ସ ହୋମ ଫାଇନାନ୍ସର ପୂର୍ବତନ କର୍ମଚାରୀ ଅମିତ ବାପନା(୨୭ କୋଟି ଟଙ୍କା), ରବୀନ୍ଦ୍ର ସୁଧାଲକର(୨୬ କୋଟି ଟଙ୍କା) ଏବଂ ପିଙ୍କେସ ଆର ଶାହ(୨୧ କୋଟି ଟଙ୍କା) ସାମିଲ ରହିଛି। ଏହା ବ୍ୟତୀତ ରିଲାଏନ୍ସ ୟୁନିକର୍ଣ୍ଣ ଏଣ୍ଟରପ୍ରାଇଜେଜ, ରିଲାଏନ୍ସ କମର୍ଶିଆକ ଫାଇନାନ୍ସ ମିଲିଟେଡ, ରିଲାଏନ୍ସ କମର୍ଶିଆଲ ଫାଇନାନ୍ସ ଲିମିଟେଡ, ରିଲାଏନ୍ସ କ୍ଲିନଜେନ ଲିମିଟେଡ, ରିଲାଏନ୍ସ ବିଜନେସ ବ୍ରଡକାଷ୍ଟ ନ୍ୟୁଜ ହୋଲ୍ଡିଙ୍ଗସ ଲିମିଟେଡ ଏବଂ ରିଲାଏନ୍ସ ବିଗ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଉପରେ ୨୫-୨୫ କୋଟି ଟଙ୍କାର ଜରିମାନା ଲଗାଯାଇଛି।

Get real time updates directly on you device, subscribe now.