fbpx

ବାବାଙ୍କ ନିର୍ଦ୍ଦେଶରେ ନିଯୁକ୍ତି କରୁଥିଲେ NSEର ପୂର୍ବ ଏମଡି-ସିଇଓ ! SEBI ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ହିମାଳୟର ବାବାଙ୍କ ପରାମର୍ଶରେ ଏନଏସଇରେ ନିଯୁକ୍ତି ଦେଉଥିଲେ ପୂର୍ବତନ ଏମଡି । ମାମଲା ଜଣା ପଡ଼ିବା ପରେ ସେବୀର କାର୍ଯ୍ୟାନୁଷ୍ଠାନ । ଦେଶର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜର ପୂର୍ବ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକୃଷ୍ଣାଙ୍କ ବିଷୟରେ ସେବୀ ଏକ ମହତ୍ୱପୂର୍ଣ୍ଣ ଖୁଲାସା କରିଛି । ସେବୀ କହିଛି ଯେ ଚିତ୍ରା ହିମାଳୟର ଜଣେ ବାବାଙ୍କ ଉପଦେଶ ଅନୁଯାୟୀ ନିଷ୍ପତ୍ତି ନେଉଥିଲେ । ଏହି ବାବଙ୍କ ଉପଦେଶରେ ଆନନ୍ଦ ସୁବ୍ରମଣ୍ୟମ୍ ଙ୍କ ନିଯୁକ୍ତି ଏକ୍ସଚେଞ୍ଜରେ ଗ୍ରୁପ ଅପରେଟିଂ ଅଫିସର ଏବଂ ଏମଡିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ ।

ଘଟଣା ଜଣାପଡ଼ିବା ପରେ ସେବୀ ଏନଏସଇ, ଏହାର ପୂର୍ବ ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ, ଚିତ୍ରା ରାମକୃଷ୍ଣା ଏବଂ ରବି ନାରାୟଣ ଏବଂ ଅନ୍ୟମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜୋରିମାନା ଲଗାଇଛି । ଏହି ଜୋରିମାନା ଆନନ୍ଦ ସୁବ୍ରମଣ୍ୟମଙ୍କ ନିଯୁକ୍ତି ସମୟରେ ସୁରକ୍ଷା ଚୁକ୍ତିନାମାର ନିୟମ ଉଲ୍ଲଂଘନ କରିଥିବାରୁ ଲଗାଯାଇଛି ।

ସେବୀ ଏହାର ୧୯୦ ପୃଷ୍ଠାର ଆଦେଶରେ କହିଛି ଯେ ବାବା ଜଣକ ଚିତ୍ରାଙ୍କୁ ସୁବ୍ରମଣ୍ୟମଙ୍କୁ ନିଯୁକ୍ତି କରିବାକୁ କହିଥିଲେ । ଏଥିପାଇଁ ରାମକୃଷ୍ଣାଙ୍କ ଉପରେ ୩ କୋଟି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ, ନାରାୟଣଙ୍କ ଉପରେ ୨ କୋଟି ଏବଂ ସୁବ୍ରମଣ୍ୟମଙ୍କ ଉପରେ ୨ କୋଟି ଏବଂ ବି ଆର ନରସିମହାଙ୍କ ଉପରେ ୬ ଲକ୍ଷର ଜୋରିମାନା ଲଗାଇଛି । ଏହା ସହ ଏନଏସଇ ଉପରେ ୬ ମାସ ପର୍ଯ୍ୟନ୍ତ କୌଣସି ନୂଆ ଉତ୍ପାଦକୁ ଲିଷ୍ଟିଙ୍ଗ କରିବା ଉପରେ ରୋକ ଲଗାଇଛି । ରାମକୃଷ୍ଣା ଏବଂ ସୁବ୍ରମଣ୍ୟମଙ୍କୁ ବଜାର ସହ ଜଡ଼ିତ କୌଣସି ସଂସ୍ଥାନରେ କିମ୍ବା ସେବୀ ସହ ଜଡ଼ିତ କୌଣସି ପଞ୍ଜୀକୃତ ସଂସ୍ଥା ତଥା ମଧ୍ୟସ୍ଥିଙ୍କ ସହ ଯୋଗାଯୋଗ କରିବାକୁ ରୋକ ଲଗାଇଛି । ସେବୀ ଏନଏସଇକୁ ରାମକୃଷ୍ଣାଙ୍କ ଅତିରିକ୍ତ ଛୁଟି ବଦଳରେ ଦିଆଯାଇଥିବା ୧.୫୪ କୋଟି ଏବଂ ୨.୮୩ କୋଟି ଟଙ୍କା ବୋନସକୁ ଜବତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

ରାମକୃଷ୍ଣା ଏପ୍ରିଲ ୨୦୧୩ ରୁ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଏନଏସଇର ଏମଡି ଏବଂ ସିଇଓ ରହିଥିଲେ । ସେ ବାବାଙ୍କୁ ଅଧିକ ବିଶ୍ୱାସ କରୁଥିଲେ । ତାଙ୍କ ଅନୁଯାୟୀ ଉକ୍ତ ବାବା ଜଣେ ଆଧ୍ୟାତ୍ମିକ ଶକ୍ତି ଏବଂ ଗତ ୨୦ ବର୍ଷରୁ ସେ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ମାମଲାରେ ବାବା ତାଙ୍କର ମାର୍ଗଦର୍ଶନ କରିଥାନ୍ତି । ତାଙ୍କ ଅନୁଯାୟୀ ଏହି ବାବା ଜଣେ ଆଧ୍ୟାତ୍ମିକ ଶକ୍ତି, ଯିଏ ନିଜ ଇଚ୍ଛା ଅନୁସାରେ କେଉଁଠି ବି ପ୍ରକଟ ହୋଇପାରୁଥିଲେ ।

Get real time updates directly on you device, subscribe now.