fbpx

ନେପାଳ: ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗ ଆଣିଲେ ସାଂସଦ 

ନୂଆଦିଲ୍ଲୀ: ନେପାଳର ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶମଶେର ଜେବୀ ରାଣାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ରୁଜୁ ହୋଇଛି । ରବିବାର ନେପାଳରେ ଶାସନରେ ଥିବା ମେଣ୍ଟ ସରକାରର ୧୦୦ ରୁ ଅଧିକ ସାଂସଦ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଛନ୍ତି ।

ଯେଉଁ ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତି ନେପାଳରେ ଗଠବନ୍ଧନ ସରକାର ହୋଇଥିଲା ଏବଂ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ମେଣ୍ଟ ଦଳ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆରିଛନ୍ତି । ଦେଶରେ ଆମେରିକା ପରିଯୋଜନା ଏମସିସିକୁ ନେଇ ଶାସନରେ ଥିବା ମେଣ୍ଟ ସରକାରରେ ଫାଟ ସୃଷ୍ଟି ହୋଇଥିଲା ଏବଂ ମେଣ୍ଟ ଭାଙ୍ଗିବା ପରିସ୍ଥିତି ହୋଇଥିଲା । କିନ୍ତୁ ରାତାରାତି ରାଜନୀତି ସମୀକରଣ ବଦଳିଥିଲା ଏବଂ ମେଣ୍ଟର ସାଂସଦ ମାନେ ମିଶି ମହାଭିଯୋଗ ଆଣିଥିଲେ ।

ଆଇନ ମନ୍ତ୍ରୀ ଦିଲେନ୍ଦ୍ର ବଡୁ ସହିତ ନେପାଳୀ କଂଗ୍ରେସ ସଚେତକ ପୁଷ୍ପା ଭୁଷାଲଙ୍କ ସହ ୧୦୧ ସାଂସଦ ମହାଭିଯୋଗ ପ୍ରସ୍ତାବରେ ହସ୍ତାକ୍ଷର କରିଛନ୍ତି । ଆଉ ଏବେ ମହାଭିଯୋଗ ଲାଗିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ରାଣା ପଦରୁ ସ୍ୱତଃ ନିଲମ୍ବିତ ହୋଇଯାଇଛନ୍ତି । ପୂର୍ବରୁ ଓକିଲ ଏବଂ ଜଜ୍ ମାନେ ମଧ୍ୟ ବିରୋଧ କରିଆସୁଥିଲେ । ବିରୋଧ କରୁଥିବା ଓକିଲମାନେ ଅଭିଯୋଗ କରିଥିଲେ ଯେ ମୁଖ୍ୟ ବିଚାରପତି ଆଇନର ଗରିମାକୁ ନଷ୍ଟ କରିଛନ୍ତି ଏବଂ ନ୍ୟାୟପାଳିକାରେ ଭ୍ରଷ୍ଟାଚାରକୁ ପ୍ରଶୟ ଦେଇଛନ୍ତି ।

Get real time updates directly on you device, subscribe now.