fbpx

ଡାକ୍ତର ନା କଂସେଇ: ଷ୍ଟୋନ ବଦଳରେ କାଢି ଦେଲେ କିଡନୀ, ୧୦ ବର୍ଷ ପରେ ଉଡିଲା ଯୁବକଙ୍କ ହୋସ୍

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି କୁହାଯାଏ । ତେବେ ଜନୈକ ଡାକ୍ତର ଏମିତି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଷ୍ଟୋନର ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତର କିଡନୀ ଭାଢି ଦେଇଛନ୍ତି । ଏମିତିକି ୧୦ ବର୍ଷ ପର୍ଯ୍ୟନ୍ତ ଏହି ଘଟଣା ଜଣାପଡିନଥିଲା । ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ତା’ପରେ ଜଣା ପଡିଥିଲା କି ତାଙ୍କର ଗୋଟିଏ କିଡନୀ ନାହିଁ । ଏହି ଘଟଣା ଜଣା ପଡିବା ପରେ ଯୁବକ ଜଣଙ୍କ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି ।

ପୋଲିସରେ ଅଭିଯୋଗ ପରେ ଡାକ୍ତରଙ୍କ ଡିଗ୍ରୀ ନକଲି ବୋଲି ଜଣାପଡିଥିଲା । ଛତିଶଗଡର କୋରବା ଅନ୍ତର୍ଗତ ରଜଗମାର ରୋଡରେ ସୃଷ୍ଟି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲରେ ସନ୍ତୋଷ ଗୁପ୍ତା ନାମକ ଯୁବକ ନିଜର ଷ୍ଟୋନର ଚିକିତ୍ସା କରିଥିଲେ । ତେବେ ଚିକିତ୍ସା ସମୟରେ ଡାକ୍ତର ଯୁବକଙ୍କ କିଡନୀ କାଢି ନେଇଥିଲେ । ଏହି ଘଟଣାରେ ମାମଲା ରୁଜୁ ହେବା ପରେ ନକଲି ଡାକ୍ତର ଜଣଙ୍କ ଫେରାର ଅଛନ୍ତି ।

Get real time updates directly on you device, subscribe now.