fbpx

ଆଉଟରିଚ୍ ପକ୍ଷରୁ ବିଶ୍ୱ ରେଡିଓ ଦିବସ ପାଳିତ: ଜୟଦେବ ଭବନରେ ୭ ଜଣ ସମ୍ମାନିତ

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଂଗଠନ ଆଉଟରିଚ ଦ୍ୱାରା ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏହାକୁ ଉଦଘାଟନ କରିଥିଲେ।

ଏହି ଅବସରରେ ୫୦୦ଟି ପୁରୁଣା ରେଡ଼ିଓର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଗଜଲ କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ । କୋରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପାଞ୍ଚ ଜଣ ରେଡ଼ିଓ ପ୍ରସାରକ ଓ ଦୁଇ ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗଦୀଶ ଅଧିକାରୀ, ଆରଜେ କୋୟଲ, ଆରଜେ ଜୟଶ୍ରୀ, ଗୀତାଞ୍ଜଳି ପାତ୍ର ଓ ବିଜୟଲକ୍ଷ୍ମୀ ପତ୍ରୀଙ୍କୁ ରେଡ଼ିଓ ଉପସ୍ଥାପକ ଭାବରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ଡା ଆଶୁତୋଷ ମହାପାତ୍ର ଓ ଡା ବିଶ୍ୱଜିତ ନନ୍ଦଙ୍କୁ ଚିକିତ୍ସା କ୍ଷେତ୍ରରେ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଛି ।

ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ରେଡିଓର ପ୍ରଚାର ପ୍ରସାର ଦିଗରେ ଆଉଟରିଚ ର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ । ରାଜ୍ୟ ସୂଚନା କମିଶନର ଦିଲୀପ ବିଶୋୟୀ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ରଣଦୀପ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ। ଗତ ୯ ବର୍ଷ ଧରି ରେଡିଓର ପ୍ରଚାର ପ୍ରସାର ପାଇଁ ରେଡ଼ିଓ ମେଳା ଆୟୋଜନ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ପ୍ରୟାସକୁ ବେଶ ସଫଳତା ମଧ୍ୟ ମିଳିଛି।

ତେବେ ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି ବିଶ୍ୱ ରେଡ଼ିଓ ଦିବସରେ ଆୟୋଜିତ ହୋଇ ଆସୁଥିବା ଅନ୍ତର୍ଜାତୀୟ ରେଡ଼ିଓ ମେଳା ଅୟୋଜନକୁ ଆସନ୍ତା ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଥିଲେ ଶ୍ରୀ ପତି । ଲେଫ୍ଟନେଣ୍ଟ କର୍ଣ୍ଣଲ ସୋନାଲି ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ କର୍ଣ୍ଣଲ ଦେବଦତ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.