fbpx

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ SECଙ୍କ ପ୍ରେସମିଟ, କହିଲେ ପ୍ରଥମ ପର୍ଯ୍ୟାୟରେ ହୋଇଛି ୭୦ ପ୍ରତିଶତ ମତଦାନ

ଭୁବେନଶ୍ୱର: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରେସମିଟ୍ ରେ ସୂଚନା ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

SEC କହିଛନ୍ତି ୨୨,୩୭୯ ବୁଥରେ ମତଦାନ ସୁରୁଖୁରୁରେ ସରିଛି, ମାତ୍ର କିଛି ସ୍ଥାନରେ ଭୋଟ ଗ୍ରହଣରେ ବାଧା ଉପୁଜିଛି । ଢେଙ୍କାନାଳ-୩ ଯାଜପୁର-୭, ପୁରୀରେ ୫ଟି ବାଧା ଉପୁଜିଛି । ଏନେଇ ଜିଲ୍ଳାପାଳଙ୍କୁ ରିପୋର୍ଟ ମଗାଯାଇଛି । ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଶୃଙ୍ଖଳାର ସହ ନିର୍ବାଚନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଟି ବୁଥରେ ସନ୍ଦେହପୂର୍ଣ୍ଣ ମତଦାନ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ଭୋଟ୍ ସ୍ଥଗିତ । ୧୩ ଟି ସ୍ଥାନରେ ଭୋଟ୍ ବାଧାପ୍ରାପ୍ତ । ବିଶେଷ କାରଣରୁ କଳାହାଣ୍ଡିର ଗୋଟିଏ ବୁଥରେ ଭୋଟ ହୋଇନଥିବା ସୂଚନା ଦେଇଛନ୍ତି ଏସଇସି ।

 

Get real time updates directly on you device, subscribe now.