fbpx

ସ୍ୱତନ୍ତ ଡ୍ରାଇଭରେ ସାମ୍ବାଦିକଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା, ୩ ଦିନ ଧରି ଚାଲିବ ଟିକାକରଣ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଭୁବନେଶ୍ୱରରେ ସ୍ୱତନ୍ତ ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ ହେବ। ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ। ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ କାର୍ଯ୍ୟରତ ସାମ୍ବାଦିକଙ୍କ ଦ୍ୱିତୀୟ ପର୍ଯ୍ୟାୟ ଡୋଜ କୋଭିଡ ଟୀକାକରଣ ପୁଣି ଶନିବାରଠୁ ଆରମ୍ଭ ହେବ। ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟୟ ଡୋଜ ନେଇଛନ୍ତି ସେମାନଙ୍କୁ ଏହି ଠାରେ ଦ୍ୱିତୀୟ ପର୍ଯ୍ୟାୟ ଡୋଜ ଟୀକା ଦିଆଯିବ। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଯୋଗ୍ୟ ଯେ, ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ। ଆସନ୍ତାକାଲି ଅର୍ଥାତ ଜୁନ୍ ୫ ତାରିଖ ସକାଳ ୯ଟା ୩୦ମିନିଟ ଠାରୁ ଦିନ ୧ଟା ଓ ଅପରାହ୍ନ ୩ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଏହି ୨ୟ ଡୋଜ ଟିକା ଦିଆଯିବ। ଯେଉଁ ସମ୍ବାଦିକ ମାନେ ପୂର୍ବରୁ ପ୍ରଥମ ଡୋଜ ନେଇଥିଲେ ଏହି ଦ୍ୱିତୀୟ ଟିକାକରଣ କର୍ଯ୍ୟକ୍ରମରେ ତାଙ୍କୁ ଅନୁମତି ଦିଆଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର( ୭ତାରିଖ) ଓ ମଙ୍ଗଳବାର(୮ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ ଟାରୁ ୬ ଟା ପର୍ଯ୍ୟନ୍ତ ଟୀକାକରଣ ଚାଲୁ ରହିବ। ଏଣୁ ନିର୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟୀକା ନେବାକୁ ଅନୁରୋଧ। ଟୀକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ଦିଆଯିବ।

Get real time updates directly on you device, subscribe now.