fbpx

ଦେଶରେ ୨୦୨୫ ସୁଦ୍ଧା ୯୦ କୋଟି ଇଣ୍ଟରନେଟ ବ୍ୟବହାରକାରୀ

ନୂଆଦିଲ୍ଲୀ: ଆଜି କାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ସମସ୍ତେ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଛନ୍ତି । ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ଭଳି କାର୍ଯ୍ୟରେ ଏହାର ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ ଦେଶରେ ଇଣ୍ଟରନେଟ ବ୍ୟବହାରକୁ ନେଇ ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ (IAMAI) ତରଫରୁ IAMAI Kantar ICUBE 2020  ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଦେଶରେ ୨୦୨୫ ସୁଦ୍ଧା ଆକ୍ଟିଭ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୯୦୦ ମିଲିୟନ ଅର୍ଥାତ ୯୦ କୋଟିରେ ପହଞ୍ଚିପାରେ । ଦେଶରେ ୨୦୨୦ରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟ ୬୨୨ ମିଲିୟନ ଥିଲା  । ରିପୋର୍ଟରେ କୁହାଯାଇଛି ଏହି ସଂଖ୍ୟା ଆଗାମୀ ୫ ବର୍ଷରେ ୪୫% ବଢ଼ିପାରେ । ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା ୯୦ କୋଟିରେ ପହଞ୍ଚି ପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଋିପୋର୍ଟ ଅନୁଯାୟୀ ଦେଶର ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ବ୍ୟବହାର ବଡ଼ିବାରେ ଲାଗିଛି । ତଥାପି ସହରୀ ଅଞ୍ଚଳରେ ଗାଁ ତୁଳନାରେ ଇଣ୍ଟରନେଟ ଅଧିକ ଶୀଘ୍ର ପହଞ୍ଚି ପାରୁଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଗ୍ରାମାଞ୍ଚଳରେ ଗତବର୍ଷ ୧୩ ପ୍ରତିଶତ ଇଣ୍ଟରନେଟ ବ୍ୟବହାର ବଢ଼ିଛି । ଏହି ସମୟରେ ସହରରେ ୪% ଉନ୍ନତି ପରିଲକ୍ଷିତ ହୋଇଛି । ICUBE 2020 ରିପୋର୍ଟ ଅନୁଯାୟୀ ସହରୀ କ୍ଷେତ୍ରରେ ୩୨୩ ମିଲିୟନ ବ୍ୟବହାକାରୀ ଥିବାବେଳେ ଗ୍ରାମାଞ୍ଚଳରେ ୨୯୯ ମିଲିୟନ ରହିଛି ।

ଋିପୋର୍ଟରେ ଆହୁରି କୁହାଯାଇଛି ୧୦ରୁ ୯ ଇଣ୍ଟରନେଟ ବ୍ୟବହାରକାରୀ ପ୍ରତିଦିନ ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ଗ୍ରାମାଞ୍ଚଳରେ ହାରାହାରି ବ୍ୟବହାର କହିଲେ ଜଣେ ବ୍ୟବହାରକାରୀ ପ୍ରାୟ ୧.୮ ଘଣ୍ଟା ଅନଲାଇନ ରହିଥାନ୍ତି ବା ଇଣ୍ଟରନେଟରେ ଆକ୍ଟିଭ ରହିଥାନ୍ତି । ତେବେ ଏହି ସଂଖ୍ୟା ଗ୍ରାମାଞ୍ଚଳ ଅପେକ୍ଷା ସହରୀ କ୍ଷେତ୍ରରେ ଅଧିକ ରହିଛି । ଆକ୍ଟିଭ ୟୁଜରର୍ସଙ୍କ ସଂଖ୍ୟା ଗ୍ରାମାଞ୍ଚଳ ତୁଳନାରେ  ସହରାଞ୍ଚଳରେ ୧୭ % ଅଧିକ ରହିଛି ।

ରିପୋର୍ଟରେ କୁହାଯାଇଛି ଇଣ୍ଟରନେଟ ବ୍ୟବହାର ପାଇଁ ମୋବାଇଲକୁ ଗାଁ ଏବଂ ସହର ଦୁଇଟି ସ୍ଥାନରେ ପସନ୍ଦ କରାଯାଇଛି । ମୋବାଇଲକୁ ସହଜରେ ବ୍ୟବହାର ଏବଂ ଶସ୍ତା ଇଣ୍ଟରନେଟ ପ୍ଲାନ ଯୋଗୁଁ ମୋବାଇଲରେ ଇଣ୍ଟରନେଟ ବ୍ୟବହାର କରିବାକୁ ପ୍ରଥମ ପସନ୍ଦ ହୋଇଛି ।

Get real time updates directly on you device, subscribe now.