fbpx
BJD SKY
BJD SKY

କେଜ୍ରିୱାଲଙ୍କ ବିରୁଦ୍ଧରେ ଯାଚିକାକୁ ପୁଣି ଖାରଜ କରିଦେଲେ ହାଇକୋର୍ଟ, ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାଖଲ ହୋଇଥିଲା ଯାଚିକା

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ପଦରୁ ହଟାଇବାକୁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ଯାଚିକାକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ବହୁ ସମୟରେ ବ୍ୟକ୍ତିଗତ ହିତକୁ ରାଷ୍ଟ୍ରୀୟ ହିତର ଅଧୀନ କରିବାକୁ ପଡିଥାଏ । ଏଠାରେ ସୂଚାଇ ଦିଆଯାଇପାରେ କି କୋର୍ଟ ପୂର୍ବରୁ ବି ଏପରି ଏକ ଯାଚିକାକୁ ଖାରଜ କରି ଦେଇଥିଲେ । କୋର୍ଟ କହିଥିଲେ ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

କୋର୍ଟ କହିଛନ୍ତି ଆମେ କିପରି କହିପାରିବୁ କି ସରକାର କାମ କରୁନାହାନ୍ତି । ଏହି ମାମଲାରେ କେବଳ ଦିଲ୍ଲୀର ଏଲ୍‌ଜି ନିଷ୍ପତ୍ତି ନେବାରେ ସକ୍ଷମ । ଯେତେବେଳେ କୋର୍ଟ ଏହି ମାମଲାରେ କୌଣସି ଆଦେଶ ଦେବାକୁ ମନା କରିଦେଲେ ସେତେବେଳେ ଯାଚିକାକର୍ତ୍ତା କହିଲେ କି ସେ ଏହି ମାମଲାକୁ ପ୍ରତ୍ୟାହାର କରିନେବେ ଓ ଏଲଜିଙ୍କ ପାଖରେ ଆବେଦନ କରିବେ ।

Get real time updates directly on you device, subscribe now.