fbpx

Income Tax ରିଟର୍ଣ୍ଣର ନୂଆ ସିଜିନ୍ ଆରମ୍ଭ, ଜାଣନ୍ତୁ କେଉଁ ଫର୍ମ ଆପଣଙ୍କ ପାଇଁ ସଠିକ ?

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷର ଆରମ୍ଭ ହୋଇଯାଇଛି । ବର୍ତ୍ତମାନ Income Tax (IT) ବିଭାଗ ଏହା ରିଟର୍ଣ୍ଣ ଫାଇଲିଂ ପୋର୍ଟାଲରେ ବିଭିନ୍ନ Income Tax Return(ITR) ଫର୍ମ ପୁଣି ଥରେ enable କରିଛି । IT ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧ ।

କହିରଖୁଛୁ IT ରିଟର୍ଣ୍ଣ ଫାଇଲ କରିବା ବହୁତ ଯତ୍ନଶୀଳ କାର୍ଯ୍ୟ ଅଟେ । ଏଥିପାଇଁ ଅଧିକାଂଶ ପ୍ରଫେସନାଲ୍ସଙ୍କ ସାହାଯ୍ୟ ଲୋଡ଼ିଥାନ୍ତି । କିନ୍ତୁ କିଛି ବ୍ୟକ୍ତି ନିଜେ ହିଁ  IT ରିଟର୍ଣ୍ଣ ଫାଇଲ କରିଥାନ୍ତି । ତେବେ ଆପଣ ଯଦି ନିଜେ IT ରିଟର୍ଣ୍ଣ ଫାଇଲ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମ ସମସ୍ୟା ଏହା ଥାଏ କି କେଉଁ IT ରିଟର୍ଣ୍ଣ ଫର୍ମ ଆପଣଙ୍କ ପାଇଁ ଉପଯୁକ୍ତ ? IT ରିଟର୍ଣ୍ଣ ଫର୍ମ ୬ ପ୍ରକାର ରହିଛି । ଆପଣ କେଉଁ IT ରିଟର୍ଣ୍ଣ ଫର୍ମ ପୂରଣ କରିବେ ଏହା ଆପଣଙ୍କ ଆୟର ପ୍ରକୃତି(income nature) ଉପରେ ନିର୍ଭର କରିଥାଏ ।

୧. ITR-1: ଯଦି ଆପଣ ଜଣେ ଭାରତୀୟ ନାଗରିକ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କ ଆୟ । ତେବେ ଆପଣ ଏହି ଫର୍ମ ଚୟନ କରିପାରିବେ । ଆପଣଙ୍କ ଆୟର ଉତ୍ସ ଦରମା, ପାରିବାରିକ ପେନସନ୍‌, ଆବାସିକ ସମ୍ପତ୍ତି ଆଦି ରହିବା ଆବଶ୍ୟକ । କୃଷି କାର୍ଯ୍ୟରୁ ୫ ହଜାର ଟଙ୍କାର ପର୍ଯ୍ୟନ୍ତ ଆୟ ହେଉଥିଲେ ଆପଣ ITR-1 ଫର୍ମ ପୂରଣ କରିପାରିବେ । ଆପଣ ଯଦି କୌଣସି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି କିମ୍ବା ଅନଲିଷ୍ଟେଡ୍ କମ୍ପାନୀରେ ଶେୟାର ରହିଛି ତେବେ ଆପଣ ITR-1 ଫର୍ମ ପୂରଣ କରିପାରିବେ ନାହିଁ ।

୨. ITR-2: ଯେଉଁ ଭାରତୀୟ ନାଗରିକମାନଙ୍କ ଆୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ଯେଉଁମାନେ କୌଣସି ବ୍ୟବସାୟରୁ ଲାଭ ପାଇପାରୁ ନାହାଁନ୍ତି ସେମାନେ ITR-2 ଫର୍ମ ପୂରଣ କରିବା ପାଇଁ ଯୋଗ୍ୟ । ଏହି ଫର୍ମ ପୁରଣ କରିବା ପାଇଁ ବ୍ୟକ୍ତି ଜଣଙ୍କୁ ଗୋଟିଏରୁ ଅଧିକ ଆବାସିକ ସମ୍ପତ୍ତି, ପୁଞ୍ଜି ନିବେଶରେ ହୋଇଥିବା ଲାଭ କିମ୍ବା କ୍ଷତି, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଡିଭିଡେଣ୍ଡ୍ ଇନକମ୍ ଏବଂ କୃଷି କାର୍ଯ୍ୟରୁ ୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆୟର ବିବରଣୀ ପ୍ରଦାନ କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ପ୍ରୋଭିଡେଣ୍ଟ ଫଣ୍ଡର ସୁଧରୁ ଆୟ ହେଉଥିଲେ ଏହି ଫର୍ମ ପୂରଣ କରିପାରିବେ ।

୩. ITR-3: ଯଦି ଆପଣ କୌଣସି ବ୍ୟବସାୟର ଲାଭରୁ ରୋଜଗାର କରୁଛନ୍ତି ତେବେ ଏହି ଫର୍ମ ପୂରଣ କରିପାରିବେ । ଏହି ଫର୍ମରେ ITR-1 ଏବଂ ITR-2ରେ ଦିଆଯାଇଥିବା ସମସ୍ତ ଆୟ ବିଷୟରେ ସୂଚନା ଦେବାକୁ ପଡ଼ିଥାଏ । ଶେୟାର କିମ୍ବା ସମ୍ପତ୍ତିର ବିକ୍ରିରୁ ହେଉଥିବା କ୍ୟାପିଟାଲ ଗେନ୍‌, ସୁଧ କିମ୍ବା ଡିଭିଡେଣ୍ଡରୁ ଆୟ ହେଉଥିଲେ ଏହି ଫର୍ମ ପୂରଣ କରିପାରିବେ ।

୪. ITR-4: ଏହା ସୁଗମ ନାଁରେ ମଧ୍ୟ ପରିଚିତ । ଯେଉଁ କମ୍ପାନୀ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରିବା ସହ ୪୪ଡି, ୪୪ଏଡିଏ ଏବଂ ୪୪ଏଇ ଭଳି ସେକ୍ସନ ଅନ୍ତର୍ଗତ ରୋଜଗାର କରୁଛି ଏହି ଫର୍ମ ପୁରଣ କରିପାରିବେ । ଏହି ଫର୍ମ ଏଲଏଲପି ପାଇଁ ନୁହେଁ ।

୫. ITR-5: ଏହି ଫର୍ମ ଏଲଏଲପି, ଆସୋସିଏସନ୍ ଅଫ୍ ପର୍ସନ୍ସ, ବଡି ଅଫ୍ ଇଣ୍ଡିଭିଜୁଆଲ୍ସ, କୋ- ଓପରେଟିଭ୍ ସୋସାଇଟି, ଲୋକାଲ ଆଥୋରିଟି ଭଳି ଅନ୍ୟମାନେ ଏହି ଫର୍ମ ପୁରଣ କରିପାରିବେ ।

୬. ITR-6: ଏହି ଫର୍ମ ସେହି କମ୍ପାନୀମାନଙ୍କ ପାଇଁ ଯେଉଁମାନେ ସେକ୍ସନ୍ ୧୧ ଅନ୍ତର୍ଗତ ଛାଡ଼(exemption) ଦାବି କରିନାହାଁନ୍ତି । ସେକ୍ସନ୍ ୧୧ ଅନ୍ତର୍ଗତ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଟ୍ରଷ୍ଟ କିମ୍ବା ଧାର୍ମିକ କାର୍ଯ୍ୟରୁ ହେଉଥିବା ଆୟ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.