fbpx

ରତ୍ନଭଣ୍ଡାର ରହସ୍ୟ: ରତ୍ନଭଣ୍ଡାରରେ ଅଛି ୩୬ ମୁକୁଟ! କୁଅୋଡ ଗଲା ଆଉ ୧୦ ମୁକୁଟ, ୪୬ ସାମ୍ରାଜ୍ୟ ଜୟ କରିଥେିଲ ଗଜପତି…..

ଓଡିଶା ଭାସ୍କର: ପୁରାତନ କାଳରେ ବଙ୍ଗରୁ କାବେରୀ ପର୍ଯ୍ୟନ୍ତ ଜୟଯାତ୍ରା ରଚିଥିଲେ ପୁରୀ ଗଜପତି ମହାରାଜ । ସେହିସମୟରେ, ଗଜପତି ମହାରାଜା ୪୬ ସାମ୍ରାଜ୍ୟ ଜୟ କରି ସ୍ୱର୍ଣ୍ଣାକ୍ଷରରେ  ନିଜ ନାମକୁ ଲିପିବଦ୍ଧ ମଧ୍ୟ କରିଥିଲେ । ଆକଳନ ଅନୁସାରେ, ରତ୍ନଭଣ୍ଡାରରେ  ୪୬ଟି ମୁକୁଟ ରହିବା କଥା । ହେଲେ ପୂବର୍ତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ତଥ୍ୟ କିଛି ଭିନ୍ନ କହୁଛି । ତାଙ୍କ ତଥ୍ୟ ଅନୁସାରେ, ତୃତୀୟ ରତ୍ନ ଭଣ୍ଡାରରେ ୩୬ଟି ମୁକୁଟ ରହିଛି ବୋଲି କହୁଛନ୍ତି ବିଶିଷ୍ଟ ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର । ତେବେ ୧୦ ଟି ମୁକୁଟ ସମ୍ପକର୍ରେ ରବୀନ୍ଦ୍ର ନାରାୟଣ ମିଶ୍ର ଜାଣି ନଥିବା ସୁରେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି ।

ଦୀର୍ଘ ୪୬ ବର୍ଷ ପର ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଯେଉଁ ୧୧ ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି, ସେମୋନ ଭଣ୍ଡାରର ସ୍ଥିତି ଓ ଅବସ୍ଥା ପରୀକ୍ଷା କରିପାରିବେ ବୋଲି ଐତିହାସିକ ଡକ୍ଟର ମିଶ୍ର କହିଛନ୍ତି । କିନ୍ତୁ ଭଣ୍ଡାରରେ କ’ଣ ରହିଛି, ତାହାର ତାଲିକା କରିବା ସେମାନଙ୍କ ପାଇଁ ସମ୍ଭବପର ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏହାର କାରଣ ହେଉଛି ୧୯୭୮ ମସିହାରେ ହୋଇଥିବା ରତ୍ନଭଣ୍ଡାର ଗଣତିରେ ୬ ଜଣ ଲୋକଙ୍କୁ ୭୧ ଦିନ ସମୟ ଲାଗି ଯାଇଥିଲା । ସେମାନେ ୫୯୮ ପ୍ରକାର ଅଳଙ୍କାରର ତାଲିକା ପ୍ରସ୍ତୁତ କରିଥିଲେ। ଏହି ୫୯୮ ପ୍ରକାର ଅଳଙ୍କାର ଚଳନ୍ତି ଭଣ୍ଡାର ଓ ଦ୍ୱିତୀୟ ଭଣ୍ଡାରରେ ଥିଲା ବୋଲି ଡକ୍ଟର ମିଶ୍ର ପ୍ରକାଶ କରିଛନ୍ତି ।

ଐତିହାସିକ ଡକ୍ଟର ସୁରେନ୍ଦ୍ର ମିଶ୍ର କୁହନ୍ତି ଯେ, ୧୯୮୫ ମସିହା ରେ କାର୍ଯ୍ୟରତ ଶ୍ରୀମନ୍ଦିରର ପୂବର୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ତଥ୍ୟ ଅନୁସାରେ, ତୃତୀୟ ରତ୍ନ ଭଣ୍ଡାରରେ ୩୬ଟି ମୁକୁଟ ରହିଛି । ସେତେବେଳ ସେ ଏହାର ଲିଖିତ ଭାବେ ତଥ୍ୟ ମଧ୍ୟ ଦେଇଥିଲେ । ଯାହାର ତଥ୍ୟ ସର୍ବସାଧାରଣରେ  ପ୍ରକାଶ ପାଇଥିଲା ।
ଏହି ତଥ୍ୟକୁ ନେଇ ଗବେଷଣା ମଧ୍ୟ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଥିଲା, ଗଜପତି ମହାରାଜା ବଙ୍ଗ ଦେଶରୁ କାବେରୀ ପର୍ଯ୍ୟନ୍ତ ମୋଟ ୪୬ଟି ସାମ୍ରାଜ୍ୟରେ ବିଜୟ ହାସଲ କରିଥିଲେ । ସେଥିପାଇଁ ରତ୍ନଭଣ୍ଡାରରେ ୪୬ଟି ମୁକୁଟ ରହିବା କଥା । କିନ୍ତୁ ରତ୍ନଭଣ୍ଡାରରେ  ୩୬ଟି ମୁକୁଟ ରହିଥିବା ରବୀନ୍ଦ୍ର ନାରାୟଣ ମିଶ୍ର କହିଥିଲେ । ତେବେ  ବଳକା ୧୦ ଟି ମୁକୁଟ ସମ୍ପକର୍ରେ ତାଙ୍କ ପାଖରେ କୌଣସି ତଥ୍ୟ ନଥିଲା ବୋଲି ସେ ଜଣାଇଥିଲେ । ରାଜା ଜୟ କରିଥିବା ଏହିସବୁ ମୁକୁଟର ମୂଲ୍ୟାୟନ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ଜହୁରୀମାନେ ଏହାର ମୂଲ୍ୟାୟନ କରିବାର ପ୍ରୟାସ କରିଥିଲେ । ମାତ୍ର ଏହି ଦୁର୍ଲ୍ଲଭ ଅଳଙ୍କାର ଓ ମୁକୁଟର ମୂଲ୍ୟାୟନ ହୋଇପାରି ନ ଥିଲା ।

ଶ୍ରୀମନ୍ଦିର ପୂବର୍ତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିଲେ । ତଥ୍ୟ ଅନୁସାରେ , ରତ୍ନ ଭଣ୍ଡାର ଉପରକୁ ଆଡକୁ ଯେତିକି ଅଛି ତଳ ପଟକୁ ମଧ୍ୟ ସେତିକି ରହିଛି । ସେହିସମୟରେ  ଏହାର ଅନୁସନ୍ଧାନ ପାଇଁ ଜଣେ ବ୍ୟକ୍ତିଙ୍କୁ ଶିକାରେ ବସାଇ ତଳ ରତ୍ନଭଣ୍ଡାରକୁ ପଠା ଯାଇଥିଲା । କିନ୍ତୁ, କିଛି ସମୟ ପରେ ଶିକା ହାଲୁକା ଲାଗିଥିଲା । ପରବର୍ତ୍ତୀ ସମୟରେ ଶିକାକୁ ଉପରକୁ ଅଣାଯାଇଥିଲା । ଶିକାରେ ଲାଗିଥିବା ଦୁହୁଡି (ମଶାଲ) ଲିଭି ଯାଇଥିଲା ଓ ୨ରୁ ୩ଟି ପାରା ମୃତ୍ୟୁକୁ ପ୍ରାପ୍ତ କରିବାର ଦୃଷ୍ଟିଗୋଚର ହୋଇଥିଲେ । ଶିକାର ତଳକୁ ଯାଇଥିବା ବ୍ୟକ୍ତି ଜଣକ ଉଭାନ ହୋଇ ଯାଇଥିଲେ । ଏହି ଘଟଣା ସମସ୍ତଙ୍କୁ  ଭୟଭୀତ ଓ ସ୍ତବ୍ଧ କରି ଦେଇଥିଲା ସେହି ସମୟରେ  । ଫଳରେ  ଆଉ ରତ୍ନଭଣ୍ଡାର ଭିତରକୁ କେହି ଗଲେ ନାହିଁ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଥିବା ନେଇ ଡକ୍ଟର ମିଶ୍ର ଜଣାଇଛନ୍ତି ।

ବାସ୍ତବରେ  ରତ୍ନଭଣ୍ଡାର ବେଶ୍ ରହସ୍ୟମୟ । ମୋଗଲମାନେ  ୪ ଦ୍ୱାର ବନ୍ଦ କରି ୪ ମାସରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ  ବସବାସ କରିଥିଲେ । ସେମାନେ ମଧ୍ୟ ଏହି ତଳ ପାର୍ଶ୍ୱସ୍ଥ ତଥା  ଅନ୍ୟ ରତ୍ନଭଣ୍ଡାରର ସୁରାକ ପାଇ ନଥିବା ତଥ୍ୟ କହୁଛି । ମୋଗଲମାନେ କେବଳ ଚଳନ୍ତି ରତ୍ନଭଣ୍ଡାର ଲୁଟିବାରେ ସମର୍ଥ ହୋଇଥିଲେ । ସେହିସମୟରେ  ଭିତର, ତଳ ଓ ଉପର ରତ୍ନଭଣ୍ଡାର ସମ୍ପକର୍ରେ ସେମାନଙ୍କୁ ସାମାନ୍ୟତମ ସୁରାକ ମିଳି ନଥିଲା । ମୋଗଲମାନେ ଯାହା ଲୁଣ୍ଠନ କରୁଥିଲେ ସେସବୁ ଦିଲ୍ଲୀକୁ ନେଇ ଯାଉଥିଲେ । ଯାହାର ଲିଖିତ ତଥ୍ୟ ଇତିହାସରେ ମଧ୍ୟ ଅଛି ।
ସେମାନଙ୍କ ତାଲିକାରେ ମଧ୍ୟ ତୃତୀୟ ଓ ତଳ ରତ୍ନଭଣ୍ଡାର ସମ୍ପକର୍ରେ କୌଣସି ତଥ୍ୟ ନାହିଁ । ଦ୍ୱିତୀୟ ରତ୍ନଭଣ୍ଡାର ସମ୍ପକର୍ରେ ତଥ୍ୟ ମଧ୍ୟ ଉଲ୍ଲେଖ ନାହିଁ ସେମାନଙ୍କ ପ୍ରସ୍ତୁତ ତାଲିକାରେ । ସେଥିପାଇଁ ରତ୍ନଭଣ୍ଡାର କମିଟିର ସଦସ୍ୟମାନେ କେବଳ ତାଲିକା ଅନୁସାରେ, ଦ୍ୱିତୀୟ ରତ୍ନଭଣ୍ଡାର ସ୍ଥିତି ପରୀକ୍ଷା କରିପାରିବେ  ବୋଲି ଜଣା ପଡିଛି । ସ୍ୱଳ୍ପ ସମୟ ଭିତରେ ଜିନିଷ ମିଳାଇବା  ସହଜ ହେବ ନାହିଁ ସେମାନଙ୍କୁ । ତୃତୀୟ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ପାଇଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ । ତେଣୁ ସେମାନେ ତୃତୀୟ ରତ୍ନଭଣ୍ଡାରକୁ ଯାଇପାରିବେ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.