ସମ୍ବଲପୁର ସହରରେ ଲାଗିଲା ୧୪୪ ଧାରା

0 215

ସମ୍ବଲପୁର,୯ ।୮(ଓଡିଶା ଭାସ୍କର): ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଧନୁପାଲିର ଭବାନୀ ଫିଲ୍ମ ଓ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ୧୪୪ ଧାରା ଲାଗୁ ହୋଇଛି । ସେହିପରି ଇସ୍କନ ମନ୍ଦିର ପଛପଟ, ଏନ.ଗୁହା ଲେନ, ବଡବଜାରର ମାଳିପଡା, କାଲିବାଡିର ୱେସ୍କୋ କଲୋନି, ଧନକଉଡାର ସରଲା, ଗୋପାଲାମାଲର ସାଇ ମନ୍ଦିର, ନୟାପଡାରେ କଟକଣା ଲାଗୁ ହୋଇଛି । ଆସନ୍ତା ୧୩ ତାରିଖ ଯାଏଁ ଏହି କଟକଣା ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.