fbpx

ବେଳାଭୂମିରେ ଲାଗିଲା ୧୪୪ ଧାରା

ପୁରୀ,୧୮ ।୧୧(ଓଡିଶା ଭାସ୍କର): ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିରେ ୧୪୪ ଧାରା ଲାଗୁ ହୋଇଛି । ପର୍ଯ୍ୟଟକଙ୍କ ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଗତ ୧୫ ଦିନରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପଦକ୍ଷେପ ନିଆଯାଇଛି । ସମୁଦ୍ରରେ ଗାଧୋଇବା ଉପରେ ମଧ୍ୟ କଟକଣା ଲାଗିଛି । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.