fbpx

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀ ହମଲା ଆଶଙ୍କା: ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି, ଟାର୍ଗେଟରେ ହାଇ ପ୍ରୋଫାଇଲ ନେତା

ନୂଆଦିଲ୍ଳୀ: ସାଧାରଣତନ୍ତ୍ର ଦିବସ ଅବସରରେ ବଢିଛି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଶୁକ୍ରବାର ବିଭିନ୍ନ ଗୁଇନ୍ଦା ଏଜେନ୍ସିରୁ ସତର୍କ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି । ଏହା ସହିତ ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଗୁଇନ୍ଦା ସୂଚନାରୁ ମିଳିଥିବା ତଥ୍ୟକୁ ବିଭିନ୍ନ ରାଜ୍ୟର ସୁରକ୍ଷା ବଳଙ୍କ ସହିତ ଶେୟାର କରାଯାଇଛି ।

ବିଭିନ୍ନ ହାଇପ୍ରୋଫାଇଲ ନେତା ମାନଙ୍କୁ ଆତଙ୍କୀ ମାନେ ଟାର୍ଗେଟ କରିବେ ବୋଲି ଜଣାପଡିଛି । ଏପରି ଯୋଜନାକୁ ରୂପରେଖ ପ୍ରଦାନ କରିବା ପାଇଁ ଆତଙ୍କୀ ମାନେ ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଲକ୍ଷ୍ୟ ରଖିଥିବା କୁହାଯାଇଛି । ଏହା ସହିତ ବିଭିନ୍ନ ରେଲୱେ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ମଧ୍ୟ ବିସ୍ଫୋରଣର ସମ୍ଭାବନା ରହିଛି । ବିଭିନ୍ନ ମିଲିଟାରୀ ଟ୍ରୁପଙ୍କ ସହିତ ସରକାର ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରୁଥିବା ଜଣାପଡିଛି । ସମସ୍ତ ସ୍ଥାନରେ କଣ୍ଟ୍ରୋଲ ରୁମ୍ ଗୁଡିକରେ ପର୍ଯ୍ୟାପ୍ତ କର୍ମଚାରୀ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି କି ସୂଚନା ଖୁବ ଶୀଘ୍ର ପ୍ରେରଣ କରାଯାଇ ପାରିବ । ପୋଲିସ ଏବଂ ଗୁଇନ୍ଦା ବିଭାଗ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଉଭୟ ସଂସ୍ଥା ପରସ୍ପର ସହିତ ସୂଚନା ଶେୟାର କରିବେ । ଏହା ସହିତ ମିଲିଟାରୀ ଏଜେନ୍ସି ଗୁଡିକ ନିଜର ବ୍ୟାକ ଅପ୍ ପ୍ଲାନ ରେଡି ରଖିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି ।

Get real time updates directly on you device, subscribe now.