fbpx

Reasi Bus Attack: ସୁରକ୍ଷା ବାହିନୀ ଜାରି କଲା ଆତଙ୍କବାଦୀର ସ୍କେଚ୍‌, ଯିଏ ସୂଚନା ଦେବ ତାକୁ ମିଳିବ ୨୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରିୟାସୀରେ ରବିବାର ଦିନ ଏକ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବସ୍ ଏକ ବଡ ଖାଲରେ ଓଲଟି ପଡିଥିଲା । ଯେଉଁଥିରେ ୧୦ ଜଣ ଯାତ୍ରୀଙ୍କର ପ୍ରଣାହାନୀ ଘଟିଛି । ଆତଙ୍କବାଦୀଙ୍କ ଏହି ଆକ୍ରମଣ ପାଇଁ ସାରା ଦେଶ ଉତ୍ତ୍ୟକ୍ତ ହୋଇଛି । ତେବେ ଏହାରି ମଧ୍ୟରେ ଜାମ୍ମୁ-କାଶ୍ମୀର ପୋଲିସ ମଙ୍ଗଳବାର ଦିନ ଏହି ଆକ୍ରମଣରେ ସାମିଲ ଥବା ଏକ ଆତଙ୍କବାଦୀର ସ୍କେଚ ଜାରି କରିଛି ଏବଂ ତାଙ୍କ ବିଷୟରେ ଯିଏ ସୂଚନା ଦେବ ତାକୁ ୨୦ ଲକ୍ଷ ଟଙ୍କା ଉପହାର ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ନ୍ୟୁଜ ଏଜେନ୍ସି ପିଟିଆଇ ଜଣେ ପୋଲିସ ପ୍ରବକ୍ତାଙ୍କ ପକ୍ଷରୁ ରିପୋର୍ଟରେ କହିଛନ୍ତି ଯେ, ରିୟାସୀ ପୋଲିସ ପୌନୀ ଅଞ୍ଚଳରେ ଯାତ୍ରୀବାହୀ ବସ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଆତଙ୍କବାଦୀ ବା ତାଙ୍କ ବାସସ୍ଥାନର ଯେକୌଣସି ସୂଚନା ଦେବା ଲୋକଙ୍କୁ ୨୦ ଲକ୍ଷ ଟଙ୍କାର ଉପହାର ଦିଆଯିବ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଆଧାର କରି ଆତଙ୍କବାଦୀଙ୍କ ଏକ ସ୍କେଚ୍ ପ୍ରସ୍ତୁତ କରାଯାଇଛି ଏବଂ ସୂଚନା ପ୍ରଦାନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

ଆତଙ୍କବାଦୀମାନେ ରବିବାର ଦିନ ଶିବ ଖୋରୀ ମନ୍ଦିରରୁ କଟରାରେ ମାଆ ବୈଷ୍ଣୋ ଦେବୀ ମନ୍ଦିର ଯାଉଥିବା ତୀର୍ଥଯାତ୍ରୀ ବୋଝେଇ ବସ ଉପରେ ଆକ୍ରମଣ କରାଯାଇଥିଲା । ଏହି ଘଟଣା ପୋନୀ ଅଞ୍ଚଳର ତେରୟାଥ ଗାଁ ପାଖରେ ଘଟିଛି । ଏହି ଆକ୍ରମଣରେ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ତୀର୍ଥଯାତ୍ରୀମାନଙ୍କୁ ନେଇକିଯାଉଥିବା ବସ୍ ଆକ୍ରମଣ ପରେ ରିୟାସୀ ଜିଲ୍ଲାର ଏକ ଗଭୀର ଖାଲରେ ଖସିପଡିଥିଲା । ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୧ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.