fbpx

(Video)ରାମଲାଲାଙ୍କୁ ଦେଖି ଭାବ ବିଭୋର ହୋଇଗଲେ ମହିଳା, ଶରୀରରୁ ଗୋଟିଏ ପରେ ଗୋଟିଏ ଗହଣା କାଢି କରିଦେଲେ ଦାନ

Advertisement

ଅଯୋଧ୍ୟା: ରାମନବମୀ ଅବସରରେ ସାରା ଦେଶରେ ବେଶ୍ ଧୁମଧାମର ସହ ଭଗବାନ ରାମଙ୍କ ପୂଜା ଆରାଧନା କରାଯାଇଛି । ଅଯୋଧ୍ୟା ସ୍ଥିତି ରାମ ମନ୍ଦିରରେ ଏଥିପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଥିଲା । ଏହିଦିନ ଭଗବାନ ରାମଙ୍କ ସୂର୍ଯ୍ୟ ତିଳକ ବି କରାଯାଇଥିଲା । ତେବେ ସୋସିଆଲ ମିଡିଆରେ ଏହିଦିନର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦାବୀ କରାଯାଉଛି କି ଦିଲ୍ଲୀରୁ ଅଯୋଧ୍ୟା ଆସିଥିବା ଜଣେ ମହିଳା ରାମ ମନ୍ଦିର ଲାଗି ସୁନା ଇଟା ଧରି ଆସିଥିଲେ । କିନ୍ତୁ ସେ ରାମଲାଲାଙ୍କୁ ଦେଖି ଏପରି ବିଭୋର ହୋଇଯାଇଥିଲେ କି ନିଜର ସମସ୍ତ ଗହଣା ସେଠାରେ ଦାନ କରି ଦେଇଥିଲେ ।

 

View this post on Instagram

 

A post shared by Aabhas Agarwal BJP (@aabhasbjp)

ଭାଇରାଲ୍ ଭିଡିଓରେ ଦାବୀ କରାଯାଉଛି କି ମହିଳା ରାମଲାଲାଙ୍କୁ ଦେଖି ଭାବ ବିଭୋର ହୋଇଯାଇଥିଲେ । ଏହାପରେ ସେ ଯାହା ବି ଗହଣା ପିନ୍ଧିଥିଲେ ସବୁକିଛି ରାମଲାଲାଙ୍କୁ ଅର୍ପଣ କରି ଦେଇଥିଲେ । ଲୋକମାନେ ମହିଳାଙ୍କ ଭକ୍ତିକୁ ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.