fbpx

ବଡ଼ ଖବର; ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ସରକାର ଖରାଦିନ ଛୁଟି  ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଣୋ ହୋଇଥିଲା । ତେବେ ଏପ୍ରିଲ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଏହି ୩ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲରେ ପାଠ ପଢାଯିବ । ଏହାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୫ ତାରିଖର ସମସ୍ତ ସ୍କୁଲରେ ଛୁଟି ପ୍ରଦାନ କରାଯିବ ।

 

Get real time updates directly on you device, subscribe now.