fbpx
BJD
BJD SKY
BJD SKY

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଗର୍ଭବତୀ ଅଛନ୍ତି କି? ସୀମା କହିଲେ ମୁଁ….

ଓଡିଶା ଭାସ୍କର; ପାକିସ୍ତାନରୁ ନିଜର ୪ଟି ସନ୍ତାନଙ୍କୁ ସାଥିରେ ଧରି ନିଜର ପ୍ରେମିକ ସଚିନ ପାଖକୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଗତ କିଛି ଦିନ ହେବ ଏକ ଚର୍ଚ୍ଚା ଦେଖିବାକୁ ମିଳୁଥିଲା ଯେ, ଚାରି ସନ୍ତାନର ମା’ ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଛନ୍ତି। ଅର୍ଥାତ ସେ ପଞ୍ଚମ ଥର ମା’ ହେବାକୁ ଯାଉଛନ୍ତି ।

କିନ୍ତୁ ଗର୍ଭଧାରଣ କଥାକୁ ବ୍ୟକ୍ତିଗତ ବ୍ୟାପାର ବୋଲି କହି ନିଜେ ମୁହଁ ଫେରେଇ ନେଇଛନ୍ତି ସୀମା ହାଇଦର୍‌ । ଅଗଷ୍ଟ ୧୫ ପୂର୍ବରୁ ତ୍ରିରଙ୍ଗା ଶାଢ଼ି ପରିଧାନ କରି ଭାରତକୁ ସମର୍ଥନ ଜଣାଇଛନ୍ତି ସୀମା । ଆସନ୍ତାକାଲି ୭୭ତମ ସ୍ବାଧୀନତା ଦିବସ ଅବସରରେ ସେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଭାଗ ନେଇ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ନାରା ଲଗାଇଛନ୍ତି । ଆଉ ଏହାରି ଭିତରେ ସୀମାଙ୍କର ଏକ ବୟାନ ଗଣମାଧ୍ୟମ‌ରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଅବସରରେ ସୀମା ଗଣମାଧ୍ୟମକୁ କହିଛନ୍ତି ଯେ, ‘ମୋ ଗର୍ଭଧାରଣ ବିଷୟରେ ମୋତେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି । ହେଲେ ମୁଁ ସେହି ବିଷୟରେ କିଛି କହିବାକୁ ଚାହୁଁନି । ମୁଁ ଗର୍ଭବତୀ ଅଛି କି ନାହିଁ ତାହା ମୋର ବ୍ୟକ୍ତିଗତ କଥା। ଏପରି କଥା ବାହାରେ କୁହାଯାଏନି, ସମସ୍ତଙ୍କ ନଜର ଲାଗିଯାଏ । ମୁଁ ସେ ବିଷୟରେ କହିବି ନାହିଁ ।’ ତେବେ ସୀମା ଗର୍ଭବତୀ ଅଛନ୍ତି କି ନା ନାହିଁ ସମୟ ଆସିଲେ ତାହା ଆପେ ଆପେ ସାମ୍ନାକୁ ଆସିଯିବ । କିନ୍ତୁ ସୀମାଙ୍କର ନଜର ଲାଗିବା କଥା ଶୁଣିବା ପରେ ସେ ଗର୍ଭବତୀ ଥିବା ଅନୁମାନ କରଯାଉଛି । ସୀମା ବୋଧେ ଗର୍ଭବତୀ ଅଛନ୍ତି ହେଲେ ସେ ଏହି କଥା ସାଧାରଣରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି ।

ସୂଚନା ଥାଉକି, ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ଛନ୍ଦି ହୋଇ ରହିଛନ୍ତି ଏହି ପାକିସ୍ତାନୀ ମହିଳା ସୀମା ହାଇଦର ।

Get real time updates directly on you device, subscribe now.