fbpx

କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୨ ଛାତ୍ରୀ ମୃତ ଓ ଜଣେ ଗୁରୁତର

ଓଡିଶା ଭାସ୍କର; ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ୨ ଜଣ ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଛାତ୍ରୀ ଗୁରୁତର ରହିଛନ୍ତି । ଆଜି ଅପରାହ୍ନ ସମୟରେ ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି ଛକରେ ଦେଖିବାକୁ ମିଳିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ତିନି ସାଙ୍ଗ ଆଜି କଲେଜ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତିନି ଜଣଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନା ପଠା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣାଙ୍କ ମୃତ୍ୟୁ ହୋଇଥିଲା । ଆଉ ଜଣେ ଛାତ୍ରୀ ପ୍ରିୟ ମଞ୍ଜରୀ ଜେନା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି ।

ସୂଚନା ଥାଉକି, ମୃତ ଦୁଇ ଛାତ୍ରୀ କାଦୋବାହାଲ ଗାଁର ଏବଂ ସେମାନେ କାଦୋବାହାଲ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ଗୁରୁତର ଛାତ୍ରୀ ଜଣଙ୍କ ମଧ୍ୟ କାଦୋବାହାଲ ଗାଁର ଓ ଯୁକ୍ତ ଦୁଇରେ ପଢ଼ନ୍ତି । ଦୁଇ ମୃତ ଛାତ୍ରୀ ଆହତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଅତିବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ସେପଟେ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ପୋଲିସ ।

Get real time updates directly on you device, subscribe now.