fbpx

ଦ୍ୱନ୍ଦ୍ୱରେ ଶେଖ୍ ହସିନା; ଭାରତରେ ଅଧିକ ଦିନ ରହିପାରିବେ ନାହିଁ, ଏହି ୫ଟି ଦେଶରେ ମିଳିପାରେ ଶରଣ

ନୂଆଦିଲ୍ଲୀ: ବାଂଲାଦେଶ ସଂରକ୍ଷଣ ହିଂସା ଅଣାୟତ ହେବା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଭାରତରେ ଶରର ନେଇଛନ୍ତି । ଏଥିମଧ୍ୟରେ ଭାରତରେ ଅଧିକ ଦିନ ରହିବା ନେଇ ଗୋଟିଏ ପଟେ ଚିନ୍ତା ବୃଦ୍ଧି ପାଉଛି ତ ଅନ୍ୟପଟେ ଏମିତି କିଛିି ଦେଶ ରହିଛି ଯେଉଁଠି ଶରଣ ନେବା ପାଇଁ ସେ ବିଚାର କରୁଛନ୍ତି । କିନ୍ତୁ ଏହା ଏତେ ସହଜ ନୁହେଁ କାରଣ କିଛି ଦେଶ ସହ ତାଙ୍କର ସମସ୍ୟା ରହିଛି । ତେବେ ଆସନ୍ତୁ ଜାଣିବା ସେହି ୫ଟି ଦେଶ ବିଷୟରେ ଯେଉଁଠି ଶେଖ୍ ହସିନା ରାଜନୈତିକ ଶରଣ ନେଇପାରନ୍ତି ।

୧. ରୁଷ: ରୁଷ ସହ ଶେଖ୍ ହସିନାଙ୍କ ସମ୍ପର୍କ ମଜବୁତ ରହିଛି । ତାଙ୍କର ସେଠାକୁ ଯିବାର ସମ୍ଭାବନା ରହିଛି । କିନ୍ତୁ ଭବିଷ୍ୟତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ହସିନାଙ୍କ ପୁଅ ଆମେରିକା ବାସିନ୍ଦା ଏବଂ ୟୁକେ ଠାରୁ ଆରମ୍ଭ କରି ଫିନଲ୍ୟାଣ୍ଡ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କୀୟ ଅଛନ୍ତି । ରୁଷରେ ଶରଣ ନେଲେ ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ବିଛିନ୍ନ ହୋଇପାରେ । ତେଣୁ ସେ ଏଠାରେ ନା ରହିପାରିବେ ନା କେହି ତାଙ୍କ ପାଖକୁ ଆସିପାରିବେ । କାରଣ ଆମେରିକା ଏବଂ ୟୁରୋପ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ।

୨. ବେଲାରୁଷ: ବେଲାରୁଷ ଏକ ସମ୍ଭାବ୍ୟ ଆଶ୍ରୟ ଦେଶ ହୋଇପାରେ । ଏଠାରେ ତାଙ୍କର ଭଣଜା ରୁହନ୍ତି । ବ୍ରିଟେନ୍ ହସିନାଙ୍କୁ ଶରଣ ଦେବା ପାଇଁ ଅନିଚ୍ଛା ବ୍ୟକ୍ତ କରିବା ପରେ ବେଲାରୁଷର ବିକଳ୍ପ ସାମ୍ନାକୁ ଆସିଥିଲା ।

୩. କାତାର: କତାର ବାଂଲାଦେଶ ସହ ଉତ୍ତମ ରାଜନୈତିକ ସମ୍ପର୍କ ବଜାୟ ରଖିଛି । ଅପରପକ୍ଷରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ଆଶ୍ରୟ ଦେବାରେ କାତାରର ଇତିହାର ରହିଛି । ମଧ୍ୟ ପୂର୍ବ ହେବା ଯୋଗୁଁ ଏହି ଦେଶ ବାଂଲାଦେଶ ନିକଟତର ରହିଛି । ସୁରକ୍ଷା ଦୃଷ୍ଟିରୁ ଏହା ଏକ ଉତ୍ତମ ବିକଳ୍ପ ହୋଇପାରେ ।

୪. ସାଉଦୀ ଆରବ: ୟୁଏଇ ମଧ୍ୟ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପୂର୍ବରୁ ଶରଣ ଦେଇଥିଲା । ରିପୋର୍ଟରୁ ପ୍ରକାଶ ହସିନା ଦେଶରେ ଶରଣ ନେବା ନେଇ ୟୁଏଇ ସରକାରଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।

୫. ଫିନଲ୍ୟାଣ୍ଡ୍: ଫିନଲ୍ୟାଣ୍ଡ ସହ ହସିନାଙ୍କ ପାରିବାରିକ ସମ୍ପର୍କ ରହିଛି । ସେଠାରେ ତାଙ୍କର ଅନେକ ସମ୍ପର୍କୀୟ ଅଛନ୍ତି ।

 

Get real time updates directly on you device, subscribe now.