fbpx

୧ ଫେବ୍ରୁଆରୀରୁ ଆରମ୍ଭ ହେବ ସମସ୍ତ କଲେଜର ସେମିଷ୍ଟାର ପରୀକ୍ଷା, ରାଜ୍ୟ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାଡ଼ିବାରେ ଲାଗିଛି । ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାହୁ ସରକାର ସେମିଷ୍ଟାର ପରୀକ୍ଷା ଅନଲାଇନ ମୋଡରେ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ବିଶ୍ୱିଦ୍ୟାଳୟ ଓ କଲେଜ ପାଇଁ ସେମିଷ୍ଟାର ପରୀକ୍ଷା ୧ ଫେବ୍ରୁଆରୀରୁ ଆରମ୍ଭ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଅନଲାଇନରେ ଆୟୋଜିତ କରାଯିବ ।

ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରଥମ ୫ ସେମିଷ୍ଟାରର ପରୀକ୍ଷା ଅନଲାଇନରେ ଆୟୋଜିତ କରାଯିବ । ଶେଷ ସେମିଷ୍ଟାର ତ ଜୁନରେ ହେବ, ସେଥିପାଇଁ ଆମେ ସେବେ ନିଷ୍ପତ୍ତି ନେବୁ । କିନ୍ତୁ ଆମେ ଶେଷ ପରୀକ୍ଷା ଅଫଲାଇନରେ କରିବାକୁ ଚାହୁଁଛୁ । ଇଞ୍ଜିନିୟରିଂ, କଳା, ବିଜ୍ଞାନ ଓ ପଲିଟେକ୍ନିକ ଆଦି ସହିତ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଅବଷିଷ୍ଟ ସେମିଷ୍ଟାର ପରୀକ୍ଷା ଅନଲାଇନରେ କରାଯିବ ।’

Get real time updates directly on you device, subscribe now.