fbpx
BSKY
BJD SHG SKY
BJD YOUTH SKY

ଲିଫ୍ଟରେ ଏକୁଟିଆ ନାବାଳିକାକୁ ମାଡ଼ି ବସିଲା ୬୦ ବର୍ଷୀୟ ବୃଦ୍ଧ, ଘଟଣା ସିସିଟିଭିରେ କଏଦ

ନୂଆଦିଲ୍ଲୀ: ଲିଫ୍ଟରେ ଏକୁଟିଆ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ସହ ବି ଘଟିପାରେ ଏପରି ଲୋମହର୍ଷକ ଘଟଣା । ଗୁଜୁରାଟର ଅହମ୍ମଦାବାଦର ଆପାର୍ଟମେଣ୍ଟ ବିଲଡିଂ ଲିଫ୍ଟରେ ଜଣେ ନଅ ବର୍ଷର ନାବାଳିକାକୁ ୬୨ ବର୍ଷ ବୃଦ୍ଧର ଦୁଷ୍କର୍ମ ଉଦ୍ୟମ । ଘଟଣାରେ ଅଭିଯୋଗ ପରେ ଜଣେ ବରିଷ୍ଠ ନାଗରିକଙ୍କୁ ଅଟକ ରଖିଛି ପୋଲିସ। ତେବେ ଦୁଷ୍କର୍ମ ଉଦ୍ୟମ ସମୟରେ ସିସିଟିଭିରେ କଏଦ ହୋଇଛି ଏହି ଲୋମଟାଙ୍କୁରା ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ।

ଘଟଣାରେ ଚାନ୍ଦକେଡା ପୋଲିସ ଇନ୍ସପେକ୍ଟର ଭି.ଏସ ବଂଜାରା ଗଣମାଧ୍ୟମକୁ କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟାରେ ଗୋଡ୍ରେଜ ଗାର୍ଡେନ ସହରର ବାସିନ୍ଦା ତଥା ପୀଡ଼ିତା ନାବାଳିକାଙ୍କ ପିତା ଜଣେ ୬୨ ବର୍ଷ ବୃଦ୍ଧ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଥିଲେ। ଉକ୍ତ ବ୍ୟକ୍ତି ଜଣକ ଲିଫ୍ଟରେ ତାଙ୍କ ଝିଅ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସ୍କୁଲରୁ ଫେରୁଥିବା ବେଳେ ଲିଫ୍ଟରେ ନାବାଳିକାକୁ ଅସଦାଚରଣ କରା ଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା ​​ଏବଂ ଲିଫ୍ଟରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଚେକ୍ କରିଥିଲା। ତେବେ ସିସିଟିଭିରେ କଏଦ ହୋଇଥିବା ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ ।

ସିସିଟିଭି ଫୁଟେଜରୁ ଏହା ପ୍ରମାଣିତ ହୋଇଥିଲା ଯେ ବରିଷ୍ଠ ନାଗରିକ ଜଣକ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ।ତେବେ ଘଟଣାରେ ଅଟକ ଥିବା ଅଭିଯୁକ୍ତ ଜଣକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଏବଂ ସେ ଉକ୍ତ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିବା ଭାନୁପ୍ରତାପ ରାଣା ବୋଲି ଜଣାପଡିଛି। ଅଭିଯୁକ୍ତ  ଦୁଇ ପୁଅ ଏବଂ ଗୋଟିଏ ଝିଅର ପିତା ମଧ୍ୟ ଅଟନ୍ତି।

Get real time updates directly on you device, subscribe now.