fbpx

ହକିର ଜାଦୁଗରଙ୍କୁ ନେଇ ତିଆରି ହେବ ସିନେମା: କିଏ କରିବେ ଧ୍ୟାନଚାନ୍ଦଙ୍କ ଚରିତ୍ର?

ନୂଆଦିଲ୍ଲୀ: ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କୁ ନେଇ ପ୍ରସ୍ତୁତ ହେଉଛି ସିନେମା । ଇଣ୍ଡିଆନ ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନୂଆ ପରିଚୟ ଦେଇଛନ୍ତି ମେଜର ଧ୍ୟାନଚାନ୍ଦ । ନିକଟରେ ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀ ପାଳନ ହୋଇଥିଲା । ଏହି ଅବସରରେ ନାତି ବିଶାଳ ସିଂହ ତାଙ୍କ ଉପରେ ଆସୁଥିବା ଡକୁମେଣ୍ଟାରୀ ସିନେମାକୁ ନେଇ ସୂଚନା ଦେଇଛନ୍ତି ।

ରାଜସ୍ଥାନର ବାରାଙ୍ଗରେ ଖେଳ ଅଧିକାରୀ ଭାବେ ନିୟୋଜିତ ଅଛନ୍ତି ବିଶାଳ । ଚଳିତବର୍ଷ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରସ୍ତୁତ ହେବାକୁ ଯାଉଛି ବୋଲି କହିଛନ୍ତି । ଏହାକୁ ନେଇ ଝାନ୍ସିରେ ନିର୍ଦ୍ଦେଶକଙ୍କ ସହ କଣ୍ଟ୍ରାକ୍ଟ ମଧ୍ୟ ହୋଇସାରିଥିବା କହିଛନ୍ତି ବିଶାଳ । ଜନ୍ମରୁ ମେଜର ଧ୍ୟାନଚାନ୍ଦଙ୍କ ସଂଘର୍ଷରୁ ଆରମ୍ଭ କରି ବ୍ରିଟିଶ କାଳରେ ଅଲିମ୍ପିକରେ ଗୋଲ୍ଡ ମେଡାଲ ବିଜୟ ଏବଂ ଅନ୍ତ ପର୍ଯ୍ୟନ୍ତ ସମସ୍ତ କାହାଣୀ ବର୍ଣ୍ଣନା କରାଯିବ । ତେବେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଆକ୍ଟର ଇଶାନ ଖଟ୍ଟାର ନଜର ଆସିବେ ବୋଲି କହିଛନ୍ତି ବିଶାଳ ।

ତେବେଏହି ଖବର ପ୍ରଘଟ ହେବା ପରେ ଖେଳାଳିମାନଙ୍କ ମଧ୍ୟରେ କୁସିର ଲହରୀ ଖେଳିଯାଇଛି । ବାରାଙ୍ଗ ଜିଲ୍ଲାକୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରିଥିବା ଶୁଭମ ଶର୍ମା ସିନେମାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ଏହାସହିତ ଧ୍ୟାନଚାନ୍ଦଙ୍କ ଜୀବନ ଖେଳାଳିମାନଭ୍କ ପାଇଁ ଏକ ବୁଷ୍ଟର ଡୋଜ ବୋଲି କହିଛନ୍ତି ଶୁଭମ ।

Get real time updates directly on you device, subscribe now.