fbpx

ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି; ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଶିଷ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି । ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି । ଓଡିଶାରେ ଚାଲିଥିବା ଅଫିସର ରାଜର ଯୁଗ ଶେଷ ହୋଇଛି । ସରକାର ବଦଳିବା ପରେ ସରି ଯାଇଛି ଅଫିସରମାନଭ୍‌କ ରାଜୁତି । ଦୀର୍ଘ ୨୪ ବର୍ଷର ଶାସନ ଢାଞ୍ଚାକୁ ବଦଳାଇଛନ୍ତି ମୋହନ ସରକାର । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି ଏ ବଡବଡୁଆ ମାର୍କାମରା ଅଫିସରଙ୍କ ମୁଣ୍ଡରେ ପହିଛି ଚଡକ ।

ଦୀର୍ଘ ବର୍ଷ ହେଲା ଗାଦିମାଡ଼ି ବସିଥିବା ଦୁଇ ମାର୍କାମରା ତାମିଲବାବୁଙ୍କୁ ଗତକାଲି ବଦଳି କରିଛନ୍ତି ମୋହନ ସରକାର । ଆଉ ଦକ୍ଷ ଅଫସରଭ୍‌କ ଉପରେ ଭରସା କରି ଦେଇଚନ୍ତି ଗୁରୁଦାୟିତ୍ୱ । କ୍ଷମତାକୁ ଆସିବା ପରେ ମୋହନ ସରକାର ପ୍ରଥମ ଆଇଏଏସ୍ ଓ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ବିଜେଡି ସରକାରରେ ବର୍ଷ ବର୍ଷ ଧରି ଗାଦିମାଡି ବସିଥିବା ପାୱାଲଫୁଲ ବାବୁଙ୍କୁ ବିଜେପି ସରକାରରେ ବାଜିଛି ଛାଟ ।

ପୂର୍ବ ସରକାରର ନବୀନ ସରକାରରେ ଗେହ୍ଲା ପୁଅ ସାଜିଥିବା କିଛି ଅଫିସର ମୋହନ ସରକାରରେ ଲୋକସେବା ଭବନରୁ ବିଦା ହୋଇଛନ୍ତି । ନବୀନ ସରକାରରେ ପାୱାର କରିଡରର ନିକଟତର ଥିବା ୩ ବରିଷ୍ଠ ଅଧିକାରୀ ଆଇଏଏସ ଜି.ମାଥିଭାଥାନନ, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଗତକାଲି ବଦଳି କରାଯାଇଛି । ପୂର୍ବରୁ କୋଣଠେସା ହୋଇଥିବା ଦକ୍ଷ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Get real time updates directly on you device, subscribe now.