fbpx

ବରିଷ୍ଠ ସାମ୍ବାଦିକ ମହମ୍ମଦ ଜାୱେଦ ସମ୍ବର୍ଦ୍ଧିତ

Advertisement

କଟକ (ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା କବଳରେ କବଳିତ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଜୀବନକୁ ପାଣି ଛଡାଇ ଲୋକଙ୍କ ନିକଟରେ ଖବର ଏବଂ ପ୍ରଶାସନ ନିକଟରେ ଲୋକଙ୍କ ସମସ୍ୟା ପହଞ୍ଚାଇବାରେ ଗୁରୁଦାୟିତ୍ୱ ଗ୍ରହଣ କରିଥାଏ ଗଣମାଧ୍ୟମ । ଗଣମାଧ୍ୟମର ଏଭଳି ଉଦ୍ୟମକୁ ସମ୍ମାନିତ କରିବାକୁ ପ୍ରୟାସ କରିଥିଲା କଟକ କମିସନରେଟ ପୋଲିସ୍ ।

କଟକ କମିସନରେଟ ପୋଲିସର ପବ୍ଲିକ୍ ହେଲ୍ପିଙ୍ଗ ହ୍ୟାଣ୍ଡ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ଭାସ୍କର ୱେବ ଚ୍ୟାନେଲର ସାମ୍ବାଦିକ ମହମ୍ମଦ ଜାୱେଦଙ୍କୁ କଟକ ଡିସିପି ପ୍ରତୀକ ସିଂ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏଡିସିସି ସେକମ ସରିଫଉଦ୍ଦିନଙ୍କ ସମେତ ବହୁ ପୋଲିସ କର୍ମୀ ଏହି କାର୍ଯ୍ୟକ୍ରମମରେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.