“ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି”: ଜୟନାରାୟଣ

ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ

ଭୁବନେଶ୍ୱର: ଶାହାଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ।

ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ।

ସେ ସାମ୍ବାଦିକଙ୍କ ପ୍ରଶ୍ନରେ ଆହୁରି କହିଛନ୍ତି ଯେ, ଆପଣ ବରିଷ୍ଠ ପ୍ରଶ୍ନରେ କହିଲେ ବରିଷ୍ଠଙ୍କର ଭ୍ୟାଲ୍ୟୁ କଣ। ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ମଧ୍ୟ ମତ ରଖିଲେ। ଗୋଟେ ଜାଗାରେ ବସିବାର ଯୋଗ୍ୟତା ରହିବା କଥା।

ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି ସେଥିପାଇଁ ଗଲିନି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସେ ଜାଗାରେ ରାଜ୍ୟ ସଭାପତି, ସମ୍ପାଦକ, ମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିଲା। ସେଥି ମଧ୍ୟରୁ ମୁଁ କେହି ନୁହଁ, ସେଠି ବସିବାର ଆବଶ୍ୟକତା ନ ଥିଲା ବୋଲି ବରିଷ୍ଠ ନେତା ଜୟନାରାୟଣ କହିଛନ୍ତି।