fbpx
BSKY
BJD SHG SKY
BJD YOUTH SKY

ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ

କଟକ, ୨୯ । ୩(ଓଡିଶା ଭାସ୍କର) : ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ଆଜି ପରଲୋକ ଘଟିଛି । କଟକ ବକ୍ସିବଜାର ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଓଡ଼ିଆ ସହ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ‘ନିଦ ଭରା ରାତି’, ‘ନୁପୁର ମୁଁ କାହିଁକି ବାନ୍ଧିଲି’, ‘ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା’ରେ ସେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.