ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବରିଷ୍ଠ ଇନଭେଷ୍ଟିଗେଟିଭ୍ ସାମ୍ବାଦିକ ଓ ଲେଖକ ଶାନ୍ତନୁ ଗୁହା ରାୟଙ୍କ ପରଲୋକ ଘଟିଛି । ସେ ଦୀର୍ଘ ୨୫ ବର୍ଷ ଧରି ସାମ୍ବାଦିକ କ୍ଷେତ୍ର ସହ ଜଡ଼ିତ ରହିବା ସହ ପୁରସ୍କାର ମଧ୍ୟ ପାଇଥିଲେ । ଶାନ୍ତନୁଙ୍କ ମୃତ୍ୟୁ ବାବଦରେ ତାଙ୍କର କିଛି ବନ୍ଧୁ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ଶାନ୍ତନ୍ତୁ ଭାରତୀୟ ଗଣ ଯୋଗାଯୋଗ ପରି ଏକ ସମ୍ମାନଜନକ ପ୍ରତିଷ୍ଠାନକୁ ଶିକ୍ଷା ଗ୍ରହଣ କରିବା ସହିତ ମଧ୍ୟ ୟୁରୋପୀୟ ନ୍ୟୁଜର ଏସିଆ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକତା ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ସେ କ୍ରୀଡ଼ା ଉପରେ ଅନେକ ଜନାଭିମୁଖୀ ଷ୍ଟୋରି ଜନପ୍ରିୟତା ହାସଲ କରିଥିଲେ ।