fbpx
BSKY
BJD SHG SKY
BJD MC SKY

Market Wrap: ସେନସେକ୍ସ, ନିଫ୍ଟୀର ସମସ୍ତ ରାଉଣ୍ଡର କ୍ରୟ ଉଚ୍ଚସ୍ତରରେ, ଗୋଟିଏ ଦିନରେ ନିବେଶକ ପାଇଲେ ପାଖାପାଖି ୩ ଲକ୍ଷ କୋଟିର ପ୍ରଫିଟ୍

ନୂଆଦିଲ୍ଲୀ: ଆଜି ଘରୋଇ ଇକ୍ୟୁଟି ବେଞ୍ଚମାର୍କ କ୍ଷେତ୍ରରେ ସେନସେକ୍ସ ଓ ନିଫ୍ଟୀର କାରବାରରେ ପ୍ରଫିଟ୍ ଦେଖିବାକୁ ମିଳିଥିଲା । ଦିନର ସମସ୍ତ ରାଉଣ୍ଡର କ୍ରୟ ପରେ ସେନସେକ୍ସ ଓ ନିଫ୍ଟୀ ଉଚ୍ଚସ୍ତରରେ ରହିଥିଲା । ଏହା ବିଶ୍ୱସ୍ତରରେ ଏକ ସକାରାତ୍ମକ ପରିସ୍ଥିତି ସୃଷ୍ଟି କରିପାରେ । ଆଗକୁ ଆମେରିକୀୟ ଚାକିରି ଡାଟା ରିଲିଜ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ମାସରେ ଆମେରିକାର ଫେଡେରାଲ ରିଜର୍ଭ ତା’ର ରେଟ ବୃଦ୍ଧି କରି ନପାରେ ବୋଲି ଆଶା କରାଯାଉଛି ।

ରଏଟର୍ସର ରିପୋର୍ଟ ମୁତାବକ, ଚଳିତ ସପ୍ତାହରେ ଆମେରିକୀୟ ଟ୍ରେଜେରୀରେ ପ୍ରଫିଟ କାରଣରୁ ତା’ର ପ୍ରଭାବ ଡଲାର ଉପରେ ପଡ଼ିଥିଲା, ଯାହାକି ୱାଲ ଷ୍ଟ୍ରିଟର ବେଲ ଖୋଲିବା ପୂର୍ବରୁ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଅଣକୃଷି ପେରୋଲ ଡାଟାଠାରୁ ୬ ସପ୍ତାହ ଆଗରେ ରହିଥିଲା ।

ସୁସ୍ଥ ମାଇକ୍ରୋଇକୋନୋମିକ ପ୍ରିଣ୍ଟସ ସହିତ ଜୁନ ତ୍ରୈୟ ମାସର ଜିଡିପି ସଂଖ୍ୟା ଓ ଅଗଷ୍ଟ ମାସର ଜିଏସଟି ରାଜସ୍ୱ ପ୍ରିଣ୍ଟସ ଆଦି ବଜାରର ସ୍ଥିତିକୁ ମଜବୁତ କରିବା ଦିଗରେ ସହାୟକ ହୋଇଥିଲେ । ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟରରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୮ପ୍ରତିଶତ ରହିବ, ଯାହାକି ଗତବର୍ଷ ଏହି ସମୟରେ ୬.୧ ପ୍ରତିଶତ ରହିଥିଲା । ଜାତୀୟ ପରିସଂଖ୍ୟା ଅଫିସ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ପଞ୍ଜିକୃତ ହୋଇଥିବା ସଂସ୍ଥାମାନଙ୍କର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ପାଖାପାଖି ୩୧୨.୪ ଲକ୍ଷ କୋଟିରେ ପହଞ୍ଚିଥିଲା । ପୂର୍ବ ସେସନରେ ଏହା ୩୦୯.୬ ଲକ୍ଷ କୋଟି ରହିଥିଲା । ଫଳରେ ନିବେଶକମାନେ ଗୋଟିଏ ଦିନରେ ୨.୮ ଲକ୍ଷ କୋଟି ଟଙ୍କା ପ୍ରଫିଟ ପାଇଥିଲେ ।

Get real time updates directly on you device, subscribe now.