fbpx

ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ତାରକା ପଦ୍ମଭୂଷଣ ପି.ଭି ସିନ୍ଧୁ ହେଲେ ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖ୍ୟାତନାମା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଭାରତର ଲୋକପ୍ରିୟ ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଦୁଇ ଚାମ୍ପିୟନ ପରସ୍ପର ସହ ମିଶିଥିଲେ । ଜଣେ ବ୍ୟାଡଡମିଣ୍ଟନ କୋର୍ଟରେ ନିଜର ନୈପୁଣ୍ୟତା ପାଇଁ ସୁଖ୍ୟାତି ଅର୍ଜନ କରିଥିବା ବେଳେ ଅନ୍ୟଟି ଆରାମଦାୟକ ନିଦ ପାଇଁ ପ୍ରସିଦ୍ଧ ଅଟେ ।

ବ୍ୟାଡମିଣ୍ଟନ୍ କୋର୍ଟ ବାହାରେ ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ୱାସଡର ଭାବେ ପି.ଭି ସିନ୍ଧୁ ନୂଆ ଭୂମିକାରେ ଦେଖାଦେବେ । କମ୍ପାନୀର ନୂଆ ଉତ୍ପାଦକୁ ଫିଟନେସ ଏବଂ ଜୀବନ ଶୈଳୀକୁ ନେଇ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ବେଳେ ତା’ ଉପରେ ସିନ୍ଧୁ ଗୁରୁତ୍ୱ ଦେବେ । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଏବଂ ସର୍ବାଧିକ ସଫଳ ବ୍ୟାଡମିଣ୍ଟନ ଖେଳାଳି ଭାବେ ପରିଚିତ ସିନ୍ଧୁ ଜାତୀୟ ସ୍ତରର ଏହି ଲୋକପ୍ରିୟ ବ୍ରାଣ୍ଡକୁ ଦେଶର ବିଭିନ୍ନ ଭୌଗୋଳିକ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇପାରିବେ ।

ନିକଟରେ ଲୋକମାନଙ୍କର ଶୋଇବା ଶୈଳୀ ପରିବର୍ତ୍ତନ କରିବା ପାଇଁ ସେଞ୍ଚୁରୀ ଜେଲ ଲାଟେକ, ଏ-ରାଇଜ ଏବଂ ଭିସ୍କୋପେଡିକ ମେଟ୍ରେସର ବଜାର ପ୍ରବେଶ ହୋଇଥିଲା । ଏହାଦ୍ୱାରା ମେଟ୍ରେସ ବ୍ରାଣ୍ଡ ପାରମ୍ପରିକ ଜେଲ ଟେକ୍ନୋଲୋଜିରୁ ତମ୍ବା ଜେଲ ଟେକ୍ନୋଲୋଜିକୁ ପରିବର୍ତ୍ତିତ ହୋଇଛି । ଶରୀରକୁ ଚାପ ମୁକ୍ତ କରୁଥିବା, ପ୍ରାକୃତିକ ପୀଡା ନିବାରକ ଗୁଣ ଥିବା ନୂତନ ତମ୍ବା ଜେଲ ଟେକ୍ନୋଲୋଜି ମେଟ୍ରେସ ଶୋଇବା ବେଳେ ଶରୀରର ଉତ୍ତାପକୁ ହ୍ରାସ କରିଥାଏ । ଏହି ଗୁଣବତ୍ତା ଗ୍ରାହକମାନଙ୍କୁ ରାତିରେ ସୁନିଦ୍ରା ପ୍ରଦାନ କରିଥାଏ ।

ଏହି ଅବସରରେ ସେଞ୍ଚୁରୀ ମେଟ୍ରେସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉତ୍ତମ ମଲାନି କହିଥିଲେ, ପିଭି ସିନ୍ଧୁଙ୍କୁ ଆମର ନୂତନ ବ୍ରାଣ୍ଡ ଆମ୍ବାସଡାର ଭାବେ ସେଞ୍ଚୁରୀ ପରିବାରକୁ ସ୍ୱାଗତ କରି ଆମେ ଆନନ୍ଦିତ । ଉତ୍କର୍ଷତା ଏବଂ ଉତ୍ସର୍ଗୀକୃତ ମୂଲ୍ୟବୋଧର ସହଭାଗିତା ଯୋଗୁଁ ସିନ୍ଧୁ ସେଞ୍ଚୁରୀ ପାଇଁ ଉପଯୁକ୍ତ ଅଟନ୍ତି । ସେଞ୍ଚୁରୀ ଭାରତର ଶୋଇବା ବିଶେଷଜ୍ଞ ହୋଇଥିବା ବେଳେ ସିନ୍ଧୁ ନିଶ୍ଚିତ ଭାବରେ ଭାରତର କ୍ରୀଡା ବିଶେଷଜ୍ଞ ଅଟନ୍ତି ଏବଂ ତାଙ୍କର ସଫଳତା ନିଜେ ନିଜକୁ ଉପସ୍ଥାପନ କରିଥାଏ । ସିନ୍ଧୁଙ୍କ ଭଳି ଜଣେ ଚାମ୍ପିୟନଙ୍କ ସହିତ ଜଡିତ ହୋଇ ଆମେ ଗର୍ବିତ ଏବଂ ଏହି ସହଯୋଗ ମାଧ୍ୟମରେ ଆମର ଅଭିନବ ଉତ୍ପାଦ ଏବଂ ସୂଚନାପୂର୍ଣ୍ଣ ଅଭିଯାନ ସହିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ପୃକ୍ତ କରିବାକୁ ଆମେ ଯୋଗାଯୋଗ କରିବା ପାଇଁ ଚାହିଁ ରହିଛୁ ।

ଭାରତର ଅନ୍ୟତମ ସଫଳ କ୍ରୀଡାବିତ ପଦ୍ମ ଭୂଷଣ ପିଭି ସିନ୍ଧୁ କହିଥିଲେ, ସେଞ୍ଚୁରୀ ମେଟ୍ରେସ ସହିତ ହାତ ମିଳାଇବା ମୋ ପାଇଁ ଏକ ରୋମାଞ୍ଚକର ପଦକ୍ଷେପ । ଜଣଙ୍କୁ ଶାନ୍ତିର ନିଦ୍ରା ପାଇଁ ସେମାନଙ୍କର ଉତ୍ସର୍ଗ, ଗବେଷଣା ଯାହା ଖେଳ ପରେ ମୋର ବିଶ୍ରାମର ଗୁରୁତ୍ୱ ସହିତ ସଂପୂର୍ଣ୍ଣ ଭାବେ ମେଳ ଖାଇଥାଏ । ସଫଳତା ପାଇଁ କଠୋର ପ୍ରଶିକ୍ଷଣ ଯେପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଠିକ ସେହିପରି ଶକ୍ତି ପୁନରୁଦ୍ଧାର ପାଇଁ ରାତିରେ ଭଲରେ ଶୋଇବା ବି ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ସେଣ୍ଟୁରୀ ମାଟ୍ରେସ୍ କରୁଛି । ସମାଜର ସାମଗ୍ରିକ କଲ୍ୟାଣ ପାଇଁ, ସୁସ୍ଥ ନିଦ୍ରା ପାଇଁ ସେଞ୍ଚୁରୀର ଯାତ୍ରାର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ।

ସେଞ୍ଚୁରୀ ମେଟ୍ରେସ ଦେଶର ୧୮ଟି ରାଜ୍ୟର ୪୫୦୦ରୁ ଅଧିକ ଡିଲର ଓ ୪୫୦ରୁ ଅଧିକ ସ୍ୱତନ୍ତ୍ର ବ୍ରାଣ୍ଡ ଷ୍ଟୋରରେ ନିଜର ଉପସ୍ଥିତି ଜାହିର କରିପାରିଛି । ହାଇଦ୍ରାବାଦ ଏବଂ ଭୁବନେଶ୍ୱରରେ କମ୍ପାନୀର କାରଖାନା, ପୁଣେ, ବାଙ୍ଗାଲୋର, ୱାରଙ୍ଗଲ, ୱାଇଜାଗ, ବିଜୟୱାଡା, କୁରନୁଲ, ସମ୍ବଲପୁରରେ ବିକ୍ରି ଡିପୋ ଏବଂ ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଭାରତରେ ବିକ୍ରୟ କେନ୍ଦ୍ର ରହିଛି ।

Get real time updates directly on you device, subscribe now.