fbpx
BJD
BJD SKY
BJD SKY

ହଳଦୀକୁ ଆପଣ ଯେତିକି ଭଲ ବୋଲି ଭାବୁଛନ୍ତି ତାହା ସେତିକି ଭଲ ନୁହେଁ! ଏଥିରେ ବି ରହିଛି ସାଇଡ ଇଫେକ୍ଟ…

ଓଡିଶା ଭାସ୍କର; ବିନା ହଳଦୀରେ ଭାରତୀୟଙ୍କ ଖାଦ୍ୟ ଅପୂରଣୀୟ ପରି ମନେ ହୁଏ । ରୋଷେଇରେ ଅନ୍ୟ କିଛି ସାମଗ୍ରୀର କମି ରହିଗଲେ ଚଳିଯିବ ହେଲେ ହଳଦୀ ବିନା ଚଳିବ ନାହିଁ । ଭାରତର ପ୍ରତି ଘରେ ଘରେ ହଳଦୀ ହେଉଛି ଏକ ଅତି ବିଶ୍ୱସନୀୟ ଖାଦ୍ୟ ସାମଗ୍ରୀ । ସେହିପରି ପ୍ରାଚୀନ କାଳରୁ ଆଜି ପର୍ୟ୍ୟନ୍ତ ହଳଦୀର ବ୍ୟବହାର ରହିଆସିଛି । ହଳଦୀର ବ୍ୟବହାର କେବଳ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହୋଇନଥାଏ ବରଂ ବିଭିନ୍ନ ରୋଗବେମାରୀ ଠାରୁ ଆରମ୍ଭ କରି ସୁନ୍ଦରତା କ୍ଷେତ୍ରରେ ମଧ୍ୟ ସହାୟକ ହୋଇଥାଏ ହଳଦୀ ।

ଆଣ୍ଠୁଗଣ୍ଠି ବଥା ହେଉଥିଲେ ହଳଦୀ ସେବନ କରିବା ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଫଳରେ ଏହା ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରେ । ସୁସ୍ଥ ନିଦ ପାଇଁ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଆଯାଏ । ସେହିପରି କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଏଡ଼ାଇବା ପାଇଁ ହଳଦୀ ସେବନ କରିଥାନ୍ତି । ଏହିଭଳି ହଳଦୀର ବହୁ ଉପକାରିତା ଗୁଣ ପାଇଁ ଏହାକୁ ବହୁଳ ବ୍ୟବହାର କରାଯାଏ । ସାଧାରଣତଃ ଖାଦ୍ୟର ସ୍ୱାଦ,ରଙ୍ଗ ଓ ଭଲ ସ୍ୱାସ୍ଥ୍ୟ ପାଇଁ ଏହାକୁ ପ୍ରତିଦିନ ଖାଦ୍ୟରେ ମିଶାଯାଇ ଆମେ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜଣା ଅଛି କି, ଏହି ହଳଦୀକୁ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ବୋଲି ଭାବିଥାଉ ତାହା ସେତିକି ଭଲ ନୁହେଁ । ହଳଦୀରେ ବି ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ।

ହଳଦୀର ପାର୍ଶ୍ୱ ପ୍ରତିକ୍ରିୟା କ’ଣ?

କିଛି ଲୋକ ପ୍ରାୟତଃ ନିମ୍ନ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ ଅନୁଭବ କରିଥାନ୍ତି । କିନ୍ତୁ ଯେତେବେଳେ ସେମାନେ ଏହାକୁ ଅଧିକ ମାତ୍ରାରେ ଖାଇଥା’ନ୍ତି, ସେତେବେଳେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟାକୁ ଅନୁଭବ କରିଥାନ୍ତି । ଏକ ନୂଆ ଅଧ୍ୟୟନରୁ ଏଭଳି କିଛି ଜଣାପଡିଛି ।

  • ଅତ୍ୟଧିକ ହଳଦୀ ଖାଇବା ଦ୍ୱାରା ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ଯେପରିକି ପେଟ ବ୍ୟଥା, ବାନ୍ତି, ମୁଣ୍ଡ ବୁଲାଇବା କିମ୍ବା ଝାଡା ।
  • ଯେହେତୁ ହଳଦୀରେ ପ୍ରାୟ ୨ ପ୍ରତିଶତ ଅକ୍ସାଲେଟ୍ ଥାଏ, ଏହାକୁ ଅଧିକ ଖାଇବା ଦ୍ୱାରା କିଡନୀ ଷ୍ଟୋନ୍ ହେବାରେ ସହାୟକ ହୋଇପାରେ ।
  • କେତେକ ହଳଦୀ ପାଉଡରରେ ମଧ୍ୟ ସୀସା ଭାଗ ଅଧିକ ଥାଇପାରେ ଯାହା ସ୍ନାୟୁ ପ୍ରଣାଳୀ ପାଇଁ ଅତ୍ୟଧିକ ବିଷାକ୍ତ ଅଟେ ।
  • ହଳଦୀ ନିର୍ଗତ ଗ୍ୟାଲଷ୍ଟୋନ୍ ଥିବା ଲୋକଙ୍କଠାରେ ବିଲିୟାରି କୋଲିକ୍ (ପେଟ ଯନ୍ତ୍ରଣା) ସୃଷ୍ଟି କରିପାରେ ।

ଗୋଟିଏ ଦିନରେ ଆପଣ କେତେ ପରିମାଣରେ ହଳଦୀ ଖାଇବା ଉଚିତ୍?

ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ୫୦୦-୨,୦୦୦ ମିଲିଗ୍ରାମ (ମିଗ୍ରା) ରୁ ଅଧିକ ମାତ୍ରାରେ ହଳଦୀ ଲାଭଦାୟକ ହୋଇପାରେ ।

Get real time updates directly on you device, subscribe now.