fbpx

ସର୍ବୋଚ୍ଚ ସ୍ତରକୁ ଛୁଇଁଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୨.୨୫ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଭାରତୀୟ ଷ୍ଟକ୍ ମାର୍କେଟ ଗୁରୁବାର ଅର୍ଥାତ ୨୪ ତାରିଖ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ପୁଣି ୬୨୦୦୦ ଉପରେ ପହଞ୍ଚିଛି। ଆଜିର ବଜାର ବନ୍ଦ ହେବ ବେଳକୁ, ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜର ଇଣ୍ଡେକ୍ସ ସେନ୍ସେକ୍ସ ୮୯୨ ପଏଣ୍ଟ ବୃଦ୍ଧି ପାଇ ସର୍ବକାଳୀନ ଶୀର୍ଷ ୬୨,୩୯୨.୯୫ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଗତ ଏକ ବର୍ଷ ୨୫୫.୯୫ ପଏଣ୍ଟ ବୃଦ୍ଧି ସହ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚି ୧୮,୫୨୨ ରେ ବନ୍ଦ ହୋଇଥିଲା।

ତେବେ ଆଜି ଷ୍ଟକ୍ ମାର୍କେଟରେ ସେନ୍ସେକ୍ସ ଏବଂ ନିଫ୍ଟିରେ ଦମଦାର ବୃଦ୍ଧି କାରଣରୁ ନିବେଶକଙ୍କର ପ୍ରାୟ ୨.୨୫ ଲକ୍ଷ କୋଟି ଟଙ୍କା ଲାଭ ହୋଇଥିଲା। ବ୍ଲୁମବର୍ଗ ଅନୁଯାୟୀ, ଏହାର ଲାଭ ସେହି ଦେଶଗୁଡିକର ମାନଦଣ୍ଡ ମଧ୍ୟରେ ସବୁଠାରୁ ଅଧିକ, ଯାହାର ଷ୍ଟକ୍ ମାର୍କେଟର ମୂଲ୍ୟ ଅତି କମରେ ୧ ଟ୍ରିଲିୟନ ଡଲାର ଅଟେ। ଅନ୍ୟପକ୍ଷରେ, ଡଲାରର ବ୍ୟାପକ ଦୁର୍ବଳତା ମଧ୍ୟରେ ଟଙ୍କା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ପୂର୍ବ ତୁଳନାରେ ୮୧.୮୪ ତୁଳନାରେ ୮୧.୬୩ ଡଲାରରେ ବନ୍ଦ ହୋଇଯାଇଛି।

Get real time updates directly on you device, subscribe now.