fbpx

ଷ୍ଟକ୍ ମାର୍କେଟ୍: ୫୧୦.୬୨ ପଏଣ୍ଟ ସହ ଖୋଲିଲା ସେନ୍ସେକ୍ସ, ୧୫୦୦୦ ଉପରେ ନିଫ୍ଟି

ନୂଆ ଦିଲ୍ଲୀ, ୨୯/୦୪: ଆଜି ସପ୍ତାହର ଚତୁର୍ଥ ଦିନରେ ସେୟାର ବଜାର ସବୁଜ ସଂଙ୍କେତ ଉପରେ ଖୋଲିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସ ୫୧୦.୬୨ ପଏଣ୍ଟର ଶୀଘ୍ରତା ସହ ୫୦୨୪୪.୪୬ ପଏଣ୍ଟରେ ଖୋଲିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରର ନିଫ୍ଟି ମଧ୍ୟ ୧୪୫.୪୦ ପଏଣ୍ଟର ଶୀଘ୍ରତା ସହ ୧୫୦୦୯.୯୦ ପଏଣ୍ଟ ସ୍ତରରେ ଖୋଲିଥିଲା ।
ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସର ଷ୍ଟକ ମାନଙ୍କରେ ବଜାଜ ଫାଇନାନ୍ସ, ବଜାଜ ଫିନସର୍ବ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଟିସିଏସ, ଓଏନଜିସି, ଇନଫୋସିସ, ଏକ୍ସିସ ବ୍ୟାଙ୍କ, ହିନ୍ଦୁସ୍ଥାନ ୟୁନିଲିଭର, ସନଫାର୍ମା, ଅଲଟ୍ରାଟେକ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଡ. ରେଡ୍ଡୀ ଆଇଟିସି ଭଳି ଷ୍ଟକ ସବୁଜ ସଂଙ୍କେତ ଉପରେ ରହିଥିଲା ।
ବୁଧବାର ସେନ୍ସେକ୍ସ ୭୮୯.୭୦ ପଏଣ୍ଟର ଡେଇଁ ୪୯,୭୩୩ ରେ ବନ୍ଦ ହୋଇଥିଲା, ଯେତେବେଳେକି ନିଫ୍ଟି ୨୧୧ ପଏଣ୍ଟ ସହ ୧୪୮୬୪ରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.