fbpx

ସେପ୍ଟେମ୍ବର ୯ରୁ ୧୫ ଯାଏ ଚାଲିବ ଓଜେଇଇ

ଭୁବନେଶ୍ୱର, ୧୧ା୮(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ ଓଜେଇଇ ପରୀକ୍ଷା । ଚଳିତବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ଓଜେଇଇ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି । ୧୬ ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷକଙ୍କୁ ଚିଠି ଲେଖାଯାଇଛି । ପରୀକ୍ଷା କେନ୍ଦ୍ର ଚୟନ ନେଇ ନିର୍ଦ୍ଦେଶାଳୟ ଚିଠି ଲେଖିଛି । ଓଜେଇଇ, ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.