fbpx

‘ଅନୁପମା’ଙ୍କ ଶାଶୁ ଲୀଲା ଏବଂ ବୋହୂ କିଞ୍ଜଲ କରୋନା ଆକ୍ରାନ୍ତ

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ଦେଶରେ ଏବେ ଚାରିଆଡ଼େ କରୋନାର ଦ୍ୱିତୀୟ ଲହର ଚାଲିଛି । କରୋନାରେ ସବୁଠାରୁ ଖରାପ ସ୍ଥିତିରେ ମୁମ୍ବାଇ ସହର ରହିଛି । ମୁମ୍ବାଇରେ ଥିବା ବଲିଉଡ଼ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କରୋନା ସଙ୍କଟ ଅଧିକ ରାହିଥିବା ଦେଖା ଦେଇଛି । ଉଭୟ ଇଣ୍ଡଷ୍ଟ୍ରିରୁ ଅନେକ ଅଭିନେତା ଓ ଅଭିନେତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଷ୍ଟାରପ୍ଲସରେ ଆସୁଥିବା ଚର୍ଚ୍ଚିତ ଟିଭି ସିରିଏଲ୍ ‘ଅନୁପମା’ ଉପରେ ଏବେ କରୋନା ପ୍ରଭାବ ପଡ଼ିଛି । ଏହି ‘ଶୋ’ ର ଆଉ ଦୁଇ ଜଣ ମୁଖ୍ୟ ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ‘ଅନୁପମା’ଙ୍କ ଶାଶୁ ଲୀଲା ବା ଅଭିନେତ୍ରୀ ଅଳ୍ପନା ବୁଚ୍ ଏବଂ ବୋହୂ କିଞ୍ଜଲ ବା ନିଧି ଶାହ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଉଭୟ ନିଜ ନିଜ ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜଣାଇଛନ୍ତି । କିଛି ଦିନ ପୂର୍ବେ ‘ଅନୁପମା’ ସିରିଏଲ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅନୁପମା କରୋନା ଆକ୍ରାନ୍ତ ହୋଇଥିଲେ ।

Get real time updates directly on you device, subscribe now.