ଭୁବନେଶ୍ବର: ବାଲେଶ୍ୱର ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ଗ୍ୟାସ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏକାଥରେ 8ଟି ସିଲିଣ୍ଡର ଫାଟିଥିବା ନେଇ ସୂଚନା ରହିଛି ।
ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଥିଲା ଯେ, କିଛି ଦୂର ପର୍ଯ୍ୟନ୍ତ ଉପରକୁ ନିଆଁ ଉଠିଥିଲା । ଆଜି ସକାଳୁ ସକାଳୁ 6ଟାରେ ଏହି ଅଗ୍ନିକାଣ୍ଡ ହୋଇଥିଲା ।
ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ଦୋକାନରେ କେଉଁ କାରଣ ପାଇଁ ଆଜି ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା ।
ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ଫାଟିଛି । ଭୟଙ୍କର ବିସ୍ଫୋରଣରେ ପୁରା ଅଞ୍ଚଳ ଥରିଉଠିଥିଲା । କିଛି ଦୂର ପର୍ଯ୍ୟନ୍ତ ସିଲିଣ୍ଡର ଟୁକୁଡା ଉପରକୁ ଉଠିଥିଲା ।
ତେବେ ଶବ୍ଦ ଏତେ ଭୟଙ୍କର ରହିଥିଲା ଯେ, ଲୋକେ ଭୟରେ କିଛି ଦୂର ଦୌଡି ଚାଲିଯାଇଥିଲେ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ।
କିନ୍ତୁ ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।