fbpx

ଟିକାକରଣ ଉପରେ ସେରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିବୃତିରୁ ନିଜକୁ ଅଲଗା ରଖିଲା କମ୍ପାନି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏହାର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି  । ସେରମର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ ଉପଲବ୍ଧ ସଂରକ୍ଷଣକୁ ବିଚାର ନକରି ବିଭିନ୍ନ ବୟସ ବର୍ଗଙ୍କ ପାଇଁ ସରକାର କୋଭିଡ -୧୯ ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ତେବେ SII  କହିଛି ଏହା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିବୃତ୍ତି କମ୍ପାନୀର ଧାରଣା ନୁହେଁ । ସୂତ୍ରରୁ ପ୍ରକାଶିତ ମେ ୨୨ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଲେଖିଥିବା ଏକ ପତ୍ରରେ ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ସରକାରୀ ତଥା ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ସ୍ପଷ୍ଟ କରିଛନ୍ତି ଯେ ନିକଟରେ ଏକ ସମାରୋହରେ ସେରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବଙ୍କ ବିବୃତ୍ତି କମ୍ପାନୀର ବିବୃତ୍ତି ନୁହେଁ।

ସେ କହିଛନ୍ତି ଯେ,“ଆମର ସିଇଓ ଅଦର ପୁନାୱାଲାଙ୍କ ତରଫରୁ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ତରଫରୁ ଏହି ବିବୃତ୍ତି ଜାରି କରାଯାଇ ନାହିଁ ଏବଂ ଏହି ବିବୃତ୍ତିରୁ କଂପାନୀ ନିଜକୁ ପୃଥକ ରଖିଛି, ଏବଂ ଏହା ପୁନର୍ବାର କୁହାଯାଉଛି କି ଏହା କଂପାନୀର ବିଚାର ନୁହେଁ ।”

ସେ କହିଛନ୍ତି, “SIIPL କୋଭିଶିଲ୍ଡର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରତିବଦ୍ଧ ଏବଂ କୋଭିଡ -୧୯ ବିରୋଧରେ ଲଢେଇରେ ସରକାରଙ୍କ ସହ ଛିଡା ହୋଇଛି ।” SIIPL ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପୁନାୱାଲା କମ୍ପାନୀ ତରଫରୁ ଏକମାତ୍ର ସରକାରୀ ମୁଖପାତ୍ର ଅଟନ୍ତି। ଦେଶରେ କୋଭିଡ -୧୯ ଟିକା ଅଭାବ ମଧ୍ୟରେ SIIPL କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ଯେ ଟୀକା ଏବଂ ଏହାର ଉପଲବ୍ଧ ସଂରକ୍ଷଣ ଏବଂ WHOର ନିର୍ଦ୍ଦେଶାବଳୀକୁ ବିଚାର ନକରି ସରକାର ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି।

ସୁରେଶ ଯାଦବ କହିଥିଲେ ଯେ ପ୍ରାରମ୍ଭରେ ୩୦୦ ନିୟୁତ ଲୋକଙ୍କୁ ଏହି ଟିକା ଦିଆଯାଉଥିଲା, ଯେଉଁଥିରେ ୬୦ କୋଟି ଡୋଜ ଆବଶ୍ୟକ ଥିଲା, କିନ୍ତୁ ଏହି ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ସରକାର ଆମ ପାଖରେ କେତେ ଟୀକା ଅଛି ତାହା ନଜାଣି ୪୫ ବର୍ଷରୁ ଅଧିକ ଏବଂ ତା’ପରେ ୧୮ ବର୍ଷରୁ ଅଧିକ ବୟସ ବର୍ଗକୁ ଟୀକା ଦେବାପାଇଁ ଘୋଷଣା କରିଦେଲେ ।

Get real time updates directly on you device, subscribe now.