fbpx

ବାବା ରାମଦେବଙ୍କୁ ହର୍ଷବର୍ଦ୍ଧନଙ୍କ ଚିଠି, କହିଲେ- ‘ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କର’

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ଓ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ଏଲୋପାଥି ଚିକିତ୍ସା ବୟାନରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ । ସେ ଯୋଗଗୁରୁ ରାମଦେବଙ୍କୁ ଏହି ମାମଲାରେ ଚିଠି ଲେଖି ଆପତ୍ତିଜନକ ବୟାନ ପ୍ରତ୍ୟାହାର କରିବାକୁ କହିଛନ୍ତି । ହର୍ଷବର୍ଦ୍ଧନଙ୍କ ଦ୍ୱାରା ଲେଖାଯାଇଥିବା ୨ ପୃଷ୍ଠାର ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ‘ସମଗ୍ର ଦେଶବାସୀଙ୍କ ପାଇଁ କରୋନା ବିରୋଧରେ ଯୁଦ୍ଧ କରୁଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଦେବତୁଲ୍ୟ । ଏଭଳି ପରିସ୍ଥିତିରେ ବାବା ରାମଦେବଙ୍କ ବୟାନ କରୋନା ଯୋଦ୍ଧାଙ୍କୁ ଅସମ୍ମାନ କରି ଦେଶର ଭାବନାକୁ ଗଭୀର ଭାବ ଆଘାତ ଦେଇଛି ।’

ତେବେ ଏଲୋପାଥିକୁ ନେଇ ବାବା ରାମଦେବ ବିବାଦୀୟ ବୟାନ ଦେଇଥିଲେ । ଏଲୋପାଥି ଔଷଧ ଖାଇ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବାବା ରାମଦେବ କହିଥିଲେ ।

Get real time updates directly on you device, subscribe now.