fbpx

ମାଡ଼ି ଆସୁଛି ‘ୟଶ’: ବାତ୍ୟାର ଭୀଷଣ ରୂପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର (ଓଡିଶା ଭାସ୍କର ) : ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ’। ଭେରି ସିଭିୟର ସାଇକ୍ଲୋନ ଅବସ୍ଥାରେ ମୁହାଁଉଥିବ ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ଏଥି ପାଇଁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରି ଏହି ବିପଦ ସଙ୍କେତ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବା ସହ ୧୦ ଜିଲ୍ଲାକୁ ସଜାଗ ରଖାଯିବ।

ସେମାବାର ସୁଦ୍ଧା ସମୁଦ୍ରିକ ଝଡ ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସେହିପରି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ପବନର ବେଗ ବୃଦ୍ଧି ପାଇ ୧୮୫ କିମି ପର୍ଯ୍ୟନ୍ତ ଛୁଇଁପାରେ ବୋଲି କୁହାଯାଉଛି । ଏହା ଦ୍ୱାରା ବଡ ବଡ ଗଛ ଉପୁଡିପାରେ ।

ତେଣୁ ଏହାର ମୁକାବିଲା ପାଇଁ ଓଡିଶାକୁ ଆହୁରି ୧୦ଟି ଏନଡିଆରଏଫ୍ ଟିମ୍ ଆସିବେ ବୋଲି ଆଜି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦିଆଯାଇଛି । ପୂର୍ବରୁ ଓଡିଶାକୁ ୨୨ଟି ଟିମ୍ ଆସିଥିଲେ ସୁଦ୍ଧା ଆଉ ୧୦ଟି ଟିମ୍ ମାଗିଛନ୍ତି ଏସଆରସି । ତେଣୁ ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ଏୟାର୍ ଲିଫ୍ଟ କରି ଟିମ୍ ପହଞ୍ଚାଯିବ । ଓଡିଶା ପାଇଁ ମୋଟ ୩୨ଟି ଏନଡିଆରଏଫ୍ ପ୍ରସ୍ତୁତ କରାଯାଇଛି । ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ୩୫ଟି ଟିମ୍ ସନ୍ଧ୍ୟା ସୁଦ୍ଧା ପହଞ୍ଚିଯିବେ ବୋଲି ଡିଜି କହିଛନ୍ତି ।

ସେପଟେ ବାତ୍ୟାରେ ଗତିବିଧି ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୬ ତାରିଖରେ ଅତି ଭୀଷଣ ବାତ୍ୟା ୟଶ୍ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ପବନର ବେଗ ୧୫୫ ରୁ ୧୬୫ କିମି ରହିବାକୁ ଥିବା ବେଳେ ସମୟ ସମୟରେ ଝଟକା ପବନର ବେଗ ୧୮୫ କିମି ଯାଏଁ ଛୁଇଁପାରେ । ଏହାର ପ୍ରଭାବରେ ୨୪ ତାରିଖ ସଂଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ । ଆଉ ୨୫ ତାରିଖ ବେଳକୁ ପବନର ବେଗ ୫୦ ରୁ ୬୦ କିମି ହୋଇଯିବ । ୨୬ ତାରିଖ ସକାଳୁ ୯୦ ରୁ ୧୦୦ କିମି ବେଗରେ ପବନ ହେବ । ବିଶେଷ କରି ଉତ୍ତର ଓଡିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷିବ । କିଛି କିଛି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପବନର ବେଗ ଯେଉଁଭଳି ଭାବରେ ଆକଳନ ହୋଇଛି ସେଥିରେ ବଡ ବଡ ଗଛ ଉପୁଡିପାରେ । ଆଜବେଷ୍ଟସ୍, ଟିଣ, କଚ୍ଚା ଘର ଭାଙ୍ଗିବାର ସମ୍ଭାବନା ରହିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି କ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଇଛି ।

Get real time updates directly on you device, subscribe now.